ଓଡିଶା

odisha

ETV Bharat / bharat

ପଞ୍ଜାବ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଗୁଳି କରି ଖସାଇଲା BSF

ପଞ୍ଜାବ ସୀମାରେ ପୁଣି ଠାବ ହେଲା ପାକିସ୍ତାନୀ ଡ୍ରୋନ । ସେନା ଗୁଳି କରି ଖସାଇବା ସହିତ ବିପୁଳ ମାରଣାସ୍ତ୍ର ଜବତ କରିଛି । ଅଧିକ ପଢନ୍ତୁ

Pakistani drone in Gurdaspur sector
Pakistani drone in Gurdaspur sector

By

Published : Mar 24, 2023, 8:55 PM IST

ଚଣ୍ଡିଗଡ଼: ପଞ୍ଜାବ ଗୁରୁଦାସପୁର ସେକ୍ଟରର ମେଟାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ଠାବ । ଅପରାହ୍ନ ପ୍ରାୟ ୨ଟା ୨୮ମିନିଟରେ ଏହି ଡ୍ରୋନ ଠାବ ହୋଇଥିବା ବେଳେ ଗୁଳି କରି ଏହାକୁ ତଳକୁ ଖସାଇଥିଲେ ବିଏସଏଫ ଯବାନ । ଏହାପରେ ଯବାନମାନେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଉକ୍ତ ସ୍ଥାନରୁ ବିପୁଳ ଅସ୍ତ୍ରଶସ୍ତ୍ର ଥିବା ଏକ ପ୍ୟାକେଟକୁ ଜବତ କରିଛି ସେନା । ଉକ୍ତ ପ୍ୟାକେଟରୁ ପିସ୍ତଲ ସହିତ ଗୋଳା ବାରୁଦ ଓ ଗୁଳିକୁ ଜବତ କରାଯାଇଛି ।

ବିପୁଳ ମାରଣାସ୍ତ୍ର ଜବତ

ଏହି ପ୍ୟାକେଟରେ ଗୋଳା ବାରୁଦ ସାଙ୍ଗକୁ ବନ୍ଧୁକ ଓ ଗୁଳିକୁ ଜବତ କରାଯାଇଛି । ବିଏସଏଫ ଯବାନଙ୍କ ସୂଚନା ଅନୁସାରେ ଏହି ପ୍ୟାକେଟରେ ପ୍ରାୟ ୧୦ଟି ପିସ୍ତଲ ମାଗାଜିନ, ୫ଟି ପିସ୍ତଲ, ୯mmର ୭୧ ରାଉଣ୍ଡ ଓ ୨୦ଟି ଗୋଳା ବାରୁଦ ଜବତ ହୋଇଛି । ପଞ୍ଜାବ ପୋଲିସ ଆତଙ୍କ ବିରୋଧୀ ଅଭିଯାନ ଜାରି ରଖିଥିବା ବେଳେ ୧ ବର୍ଷ ମଧ୍ୟରେ ପ୍ରାୟ ବିଏସଏଫ ଯବାନ ମିଳିତ ଉଦ୍ୟମରେ ୧୫୦ରୁ ଅଧିକ ଆତଙ୍କୀକୁ ନିହତ କରିଛନ୍ତି ।

ଏହା ବି ପଢନ୍ତୁ-Political Ruckus: ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ ହଙ୍ଗାମା, ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ

ସୂଚନା ଥାଉ କି ନିକଟରେ ଜାତୀୟ ଯାଞ୍ଚ ଏଜେନ୍ସି (NIA) ଆତଙ୍କବାଦ ସମ୍ବଧିତ ଏକ ମାମଲାରେ ପଞ୍ଜାବ ସମେତ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଚଢାଉ କରିଥିଲା । ଯୁବପୀଢିଙ୍କୁ ଆତଙ୍କବାଦ କାର୍ଯ୍ୟରେ ସାମିଲ କରିବା ଲାଗି ଭାରତୀୟ ଏଜେଣ୍ଟଙ୍କ ସହାୟତା ନିଆଯାଉଥିଲା । ଏଥିଲାଗି ଏନଆଇଏ ଅନେକ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଏନଆଇଏ ପଞ୍ଜାବର ଫତେହଗଡ଼ ସାହିବର ଏକ ସ୍ଥାନରେ ଯାଞ୍ଚ କରିଥିଲା । ଏହାସହ ଜମ୍ମୁକାଶ୍ମୀରର କୁଲଗାମ, ସୋପିୟାଁ, ଅନନ୍ତନାଗ, ପୁଲୱାମା ସମେତ ୧୧ଟି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଅନ୍ୟପଟେ ଦକ୍ଷିଣ କାଶ୍ମୀରର ବିଚ୍ଛିନ୍ନତାବାଦୀ ଧର୍ମଗୁରୁ ସରଜନ ବରକାତିଙ୍କ ଖୋଜିବା ଲାଗି ଏନଆଇଏ ୮ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଅଭିଯୋଗ ଥିଲା ଯେ ସରଜନ ଖୁଲମଖୁଲା ଯୁବପୀଢିଙ୍କୁ ହିଂସା କାର୍ଯ୍ୟ ଲାଗି ଉସୁକାଉଥିଲେ । ଏହାସହ ସରଜନଙ୍କ ବିରୋଧରେ କ୍ରାଉଡ ଫଣ୍ଡିଂ ସମ୍ବଧିତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସରଜନ ପ୍ରାୟ ୧.୫ କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ସୂଚନା ଥାଉ କି ପଞ୍ଜାବରେ ବହୁ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ । ଏହା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅନ୍ତର୍ଜାତୀୟ ସୀମା ଦେଇ ଭାରତ ମଧ୍ୟକୁ ପ୍ରବେଶ କରିବା ଲାଗି ଆତଙ୍କବାଦୀମାନେ ଉଦ୍ୟମ କରିଥାନ୍ତି । ଏଥିଲାଗି ଉକ୍ତ ଅଞ୍ଚଳରେ ଯବାନମାନେ ସର୍ବଦା ଆଲର୍ଟ ରହିଥାନ୍ତି ।

ABOUT THE AUTHOR

...view details