ପାଟନା:ସୀମା ଟପିଲା ଯୌତୁକ ନିର୍ଯାତନା । ଯୌତୁକ ଲାଳସାରେ ଅନ୍ଧହୋଇ ବର୍ବରକାଣ୍ଡ ଘଟାଇଲେ ଶାଶୁଘର ଲୋକ । ଯୌତୁକ ପାଇଁ ବୋହୂକୁ କଲେ ହତ୍ୟା (Murder Of Bride For Dowry) । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମାଝି ଥାନା ଅନ୍ତର୍ଗତ ତାଜପୁର ଗ୍ରାମର ଅଟେ (Murder In Chhapra)। ମୃତ ମହିଳାଜଣକ ହେଲେ ତାଜପୁର ସାଲେମପୁରର ବାସିନ୍ଦା ପଙ୍କଜ ମହୋତେଙ୍କ ସ୍ତ୍ରୀ କାଜଲ ଦେବୀ ।
ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟସିଟିରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା, BMC ପାଉଛି ସ୍ବଚ୍ଛତାରେ ଜାତୀୟ ସମ୍ମାନ
ତେବେ ନବବିବାହିତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଦିଆଯାଇଥିବା ନିର୍ଯାତନା ଶୁଣି ପୋଲିସ ମଧ୍ୟ ତାଜୁବ ହୋଇଯାଇଥିଲା । ମୃତକଙ୍କ ବାପାଙ୍କ କହିବା ଅନୁସାରେ "ବିବାହ ପରେ ଯୌତୁକକୁ ନେଇ ଝିଅର ଶାଶୁଘର ଲୋକେ ବହୁତ ନିର୍ଯାତନା ଦେଇଛନ୍ତି । ଯୌତୁକ ଲୋଭି ଶାଶୁ ମୋ ଝିଅର ଆଙ୍ଗୁଠି କାଟି ଦେଇଥିଲେ । ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ଶେଷରେ ଆଙ୍ଗୁଠି କାଟିବାର ଭିଡିଓ କରି ମୋ ପାଖକୁ ପଠାଇଥିଲେ । ଏହାପରେ ସେମାନେ ମୋ ଝିଅକୁ ମାରି ଅପରାଧ ଲୁଚାଇବା ପାଇଁ ପୋଖରୀରେ ଫିଙ୍ଗି ଦେଇଥିଲେ । "