ଓଡିଶା

odisha

By

Published : Aug 13, 2023, 11:51 AM IST

ETV Bharat / bharat

ନିଜ ଭଉଣୀକୁ ଦୁଷ୍କର୍ମ କରୁଥିଲା ଭାଇ, ପ୍ରତିରୋଧ କରୁନଥିଲେ ମାଆ

ଭାଇ ଭଉଣୀ ପବିତ୍ର ସମ୍ପର୍କକୁ କଳୁସିତ କରିଛି ଭାଇ । ଭଉଣୀକୁ ଦୁଷ୍କର୍ମ କରିଛି ଭାଇ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଅଞ୍ଚଳରୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଭାଇ ଭଉଣୀ ପବିତ୍ର ସମ୍ପର୍କକୁ କଳୁସିତ କରିଛି ଭାଇ
ଭାଇ ଭଉଣୀ ପବିତ୍ର ସମ୍ପର୍କକୁ କଳୁସିତ କରିଛି ଭାଇ

ଲକ୍ଷ୍ନୌ: ଦିନ କେଇଟା ପରେ ସାରା ଦେଶ ପାଳିବ ଭାଇ ଭଉଣୀର ପବିତ୍ର ବନ୍ଧନର ପର୍ବ ରକ୍ଷା ବନ୍ଧନ । ଭାଇ ହାତରେ ସ୍ନେହର ଡୋରି ବାନ୍ଧି ସୁରକ୍ଷା କବଚ ମାଗିବ ଭଉଣୀ । ହେଲେ ଏଠି ନିଜ ରକ୍ତ ସମ୍ପର୍କ ଭାଇ ସାଜିଛି ସଇତାନ । ଭାଇ ଭଉଣୀର ପବିତ୍ର ବନ୍ଧନରେ ଲଗାଇଛି କଳଙ୍କ । କାମନା ନିଆଁରେ ଅନ୍ଧ ହୋଇ ଭଉଣୀକୁ ଦୁଷ୍କର୍ମ କରିବାକୁ ପଛାଇ ନାହିଁ ସଇତାନ ଭାଇ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶରର କାନପୁର ସହରରେ । ପୀଡିତା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ କଲ୍ୟାଣପୁର ଅଞ୍ଚଳର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଛି ନିଜ ରକ୍ତ ସମ୍ପର୍କ ଭାଇ । ଏହି ଘଟଣା ସମ୍ପର୍କରେ ଯୁବତୀଙ୍କ ମାଆ ଜାଣିଥିଲେ ମଧ୍ୟ କୈଣସି ପ୍ରତିରୋଧ କରୁନଥିଲେ । ଯୁବତୀ ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିଲେ । ଅଭିଯୁକ୍ତ ଭାଇ ଜଣକ ନିଜ ଭଉଣୀ ସହ ଜୋରଜବରଦସ୍ତି ସମ୍ପର୍କ ରଖି ଆସୁଥିଲେ । ଯଦି ଏହି ଘଟଣା କାହା ଆଗରେ ଅଭିଯୋଗ କରନ୍ତି ତାହାଲେ ତାଙ୍କୁ ଜୀବନରୁ ମାରିଦେବାକୁ ସବୁବେଳେ ଧମକ ଦେଉଥିଲେ ଅଭିଯୁକ୍ତ ଭାଇ । ଏଥିରେ ପୀଡିତା ଭଉଣୀ ଜଣକ ଅତିଷ୍ଠ ହୋଇ ଶନିବାର ଦିନ କଲ୍ୟାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

ଏହା ମଧ୍ଯ ପଢନ୍ତୁ ....ଖକିରେ ଦାଗ ! ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

କଲ୍ୟାଣପୁର ଥାନା ଅଧିକାରୀ ଧନଞ୍ଜୟ ପାଣ୍ଡେ କହିଛନ୍ତି, ଯୁବତୀଙ୍କୁ ତାଙ୍କ ନିଜ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡିତଙ୍କ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରିଛି । ପୋଲିସ ଆଭିଯୁକ୍ତ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସାରା ଦେଶରରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି ମହିଳା । ନିକଟରେ କାମନାର ନିଆଁରେ ଅନ୍ଧ ହୋଇ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ବାପା । ଏହା ଦେଖି ପୁଅ ବିରୋଧ କରିବାରୁ ତାକୁ ଗୁଳି କରିଥିଲା ବାପା । ଉତ୍ତର ପ୍ରଦେଶର ଜଣେ ବାପା ନିଜ ଝିଅ ସହିତ ଏକ ଘୃଣ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲା । ସେତେବେଳେ କୌଣସି ପ୍ରକାର ତାର ପୁଅ ଏହା ଦେଖି ଭଉଣୀକୁ ବାପାର ପାଶବିକତାରୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲା । ହେଲେ ଏହାକୁ ବିରୋଧ କରିବାରୁ ବ୍ୟକ୍ତି ଜଣଙ୍କ ନିଜ ପୁଅକୁ ଗୁଳି କରି ଦେଇଥିଲେ । ଏଥିରେ ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନାନୁସାରେ, ଗୋସାଇଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଏକ ଗ୍ରାମରେ ରହୁଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଥିଲା । ଗତ ରବିବାର ରାତିର ଏହି ବ୍ୟକ୍ତିଜଣକ ନିଜର ଦୁଇ ଝିଅଙ୍କ ମଧ୍ୟରୁ ଜଣକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details