ଓଡିଶା

odisha

By

Published : May 1, 2023, 8:55 PM IST

ETV Bharat / bharat

ମୁଖତାର ଭାଇ ଅଫଜଲ ଅନସାରୀର ସାଂସଦ ପଦ ରଦ୍ଦ, BSPରୁ ହୋଇଥିଲା ନିର୍ବାଚିତ

ମୁଖତାର ଅନସାରୀର ଭାଇ ଅଫଜଲ ଅନସାରୀର ସାଂସଦ ପଦ ରଦ୍ଦ । ବହୁଜନ ସମାଜବାଦୀ ପାର୍ଟିରୁ ହୋଇଥିଲେ ନିର୍ବାଚିତ । ଗତାମାସ 29 ବିଜେପି ବିଧାୟକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଉଭୟ ଭାଇ । ଅଧିକ ପଢନ୍ତୁ

ମୁଖତାର ଅନସାରୀର ଭାଇ ଅଫଜଲ ଅନସାରୀର ସାଂସଦ ପଦ ରଦ୍ଦ
ମୁଖତାର ଅନସାରୀର ଭାଇ ଅଫଜଲ ଅନସାରୀର ସାଂସଦ ପଦ ରଦ୍ଦ

ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ବାହୁବଳୀ ମାଫିଆ ରଜାନେତା ମୁଖତାର ଅନସାରୀର ଭାଇ ତଥା ବହୁଜନ ସମାଜବାଦୀ ପାର୍ଟିରୁ ଲୋକସଭା ସାଂସଦ ଥିବା ଅଫଜଲ ଅନସାରୀର ସଭ୍ୟପଦ ରଦ୍ଦ କରାଯାଇଛି । ନିକଟରେ ଉଭୟ ଭାଇ ବହୁଚର୍ଚ୍ଚିତ 2005 ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୁଖତାର ଅନସାରୀ ଏବେ ଜେଲରେ ଥିବା ବେଳେ ରାୟ ପ୍ରକାଶ ପାଇବା ପରେ ଅଫଜଲକୁ ମଧ୍ୟ ପୋଲିସ ହେପାଜତକୁ ନେଇଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ଖୁବଶୀଘ୍ର ତାର ଲୋକସଭା ସଭ୍ଯ ପଦ ରଦ୍ଦ ହେବା ନେଇ ଅନୁମାନ କରାଯାଉଥିବା ବେଳେ, ଏହା ଆଜି କାର୍ଯ୍ୟକାରୀ କରାଯାଇଛି । ବହୁଜନ ସମାଜବାଦୀ ପାର୍ଟିରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅଫଜଲ୍‌ ଅନସାରୀର ସଭ୍ୟ ପଦ ହରାଇଛି ।

ଏହା ମଧ୍ୟ ପଢନ୍ତୁ:-MLA murder case: ମୁଖତାର ଓ ତାର ସାଂସଦ ଭାଇ ଅଫଜଲ ଅନସାରୀ ଦୋଷୀ ସାବ୍ୟସ୍ତ

ଗତ ମାସ (ଏପ୍ରିଲ) ବହୁଚର୍ଚ୍ଚିତ 2005 ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏହି ଦୁଇ ମାଫିଆ ଭାଇ । ଗାଜିପୁରରେ ଏମପି-ଏମଏଲଏ କୋର୍ଟ ଏହି ମାମଲାରେ ମୁଖତାର ଅନସାରୀକୁ 10 ବର୍ଷ କାରାଦଣ୍ଡ ଓ 5 ଲକ୍ଷ ଟଙ୍କାର ଜରିମାନା ଶୁଣାଇଥିଲେ । ସେହିପରି ତାର ସାଂସଦ ଭାଇ ଅଫଜଲ ଅନସାରୀଙ୍କୁ 4ବର୍ଷ ଜେଲ ଦଣ୍ଡିତ କରାଯାଇଥିଲା । କୋର୍ଟଙ୍କ ରାୟ ଆସିବା ପରେ ପୋଲିସ ଅଫଜଲକୁ ହେପାଜତକୁ ନେଇ ସାରିଥିଲା । ଦଣ୍ଡାଦେଶ ସଭ୍ୟ ପଦ ରଦ୍ଦର କାଉଣ୍ଟ-ଡାଉନ ମଧ୍ୟ ଆରମ୍ଭ ହୋଇସାରିଥିଲା । ଆଜି ଲୋକସଭା ସଚିବାଳୟ ପକ୍ଷରୁ ତାର ସାଂସଦ ପଦ ରଦ୍ଦ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।

2005 ରେ ତତ୍କାଳୀନ ଘାଜିପୁର ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ବାହୁବଳୀ ରାଜନେତା ମୁଖତାର ଅନସାରୀ ଓ ତାର ଭାଇ ଅଫଜଲ ଅନସାରୀକୁ ଅଭିଯୁକ୍ତ ଦର୍ଶାଇଥିଲା ପୋଲିସ୍‌ । 29 ତାରିଖ (ଶନିବାର) ରେ ପୂର୍ବରୁ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମୁଖତାର ଅନସାରୀକୁ ଆଜି ଗାଜିପୁରରେ ଏମପି ଏମଏଲଏ କୋର୍ଟରେ ଭର୍ଚ୍ଚୁଆଲି ହାଜର କରାଯାଇଥିଲା । କୋର୍ଟଙ୍କ ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ରାୟ ଆସିବା ପରେ ହତ୍ୟାର ଶିକାର ହୋଇଥିବା ତତ୍କାଳୀନ ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଲକା ରାୟ ଏହି ରାୟକୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details