ଚଣ୍ଡିଗଡ: କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ରାଗରେ ମଣିଷ କ'ଣ କରି ବସେ ନିଜେ ଜାଣିପାରେ ନାହିଁ । ସେମିତି କିଛି ଘଟିଛି ହରିୟାଣା ପାନିପଥ ଜିଲ୍ଲାରେ । ସାମାନ୍ୟ ଝଗଡାରୁ ଏଠାରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ତା'ର ଭାଇ ହତ୍ୟା କରିଛି । ଝିଅଟିର ଭୁଲ୍ ଏତିକି ଥିଲା ଯେ ସେ ତା' ଭାଇର ଡ୍ରେସ ସଫା କରିବାକୁ ମନା କରିଥିଲା । ଏତିକିରେ ଭାଇ ରାଗି ଯାଇ ଭଉଣୀର ମୁଣ୍ଡକୁ କାନ୍ଥରେ ପିଟି ପଟି ହତ୍ୟା କରିଛି । ଏନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଭାଇକୁ ଧରିବାକୁ ଖୋଜାଖୋଜି କରୁଛି ।
ମୃତ ନାବାଳିକାର ମାଆଙ୍କ କହିବା ଅନୁସାରେ, ସେମାନେ ବିହାର ବେତିୟା ଜିଲ୍ଲାର ମୂଳ ବାସିନ୍ଦା । କାମ ସନ୍ଧାନରେ କିଛି ବର୍ଷ ତଳେ ପାନିପାଥ ଆସିଥିଲେ । ପାନିପଥ ଜିଲ୍ଲା ଭାବରା ଗାଁରେ ମଜୁରି ଲାଗି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଗତ ୩୧ ତାରିଖ ଦିନ ସେ ବଜାରକୁ ପରିବାକୁ ଆଣିବାକୁ ଯାଇଥିଲେ । ଘରକୁ ଫେରି ଦେଖିଲା ବେଳକୁ ଅଗଣାରେ ତାଙ୍କର ୧୬ ବର୍ଷୀୟା ଝିଅ ଅଚେତ୍ ହୋଇ ପଡିଥିଲା । ସାନ ଝିଅକୁ ପଚାରିବାରୁ ଭାଇ ଏପରି ଅବସ୍ଥା କରିଥିବା ସେ ମାଆ ଆଗରେ କହିଥିଲା ।
ଏହାମଧ୍ୟ ପଢନ୍ତୁ: ଦୁଧବା ରିଜର୍ଭରେ ବଢିଲା ବାଘଙ୍କ ସଂଖ୍ୟା, କ୍ୟାମରାରେ କଏଦ ୫ ଛୁଆ