ଓଡିଶା

odisha

By

Published : Apr 19, 2022, 12:56 PM IST

ETV Bharat / bharat

ପସନ୍ଦ ଆସିଲେନି ଭାବି ସ୍ବାମୀ, ଯୁବକଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟିଲେ ଯୁବତୀ

ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାର କୋମଲାପୁଡି ଗାଁରେ ଅଭାବନୀୟ ଘଟଣା । ବିବାହ କରିବାକୁ ଇଚ୍ଛା ନଥିବାକୁ ଭାବି ସ୍ବାମୀର ଗଳା କାଟି ଦେଲେ ଯୁବତୀ । ଅଧିକ ପଢନ୍ତୁ

ବିବାହ କରିବାକୁ ଇଚ୍ଛା ନଥିବାରୁ ଭାବି ସ୍ବାମୀର ଗଳା କାଟିଦେଲେ ଯୁବତୀ
ବିବାହ କରିବାକୁ ଇଚ୍ଛା ନଥିବାରୁ ଭାବି ସ୍ବାମୀର ଗଳା କାଟିଦେଲେ ଯୁବତୀ

ଅମରାବତୀ:ବିବାହ କରିବାକୁ ଇଚ୍ଛା ନଥିବାକୁ ଭାବି ସ୍ବାମୀର ଜୀବନ ନେବାକୁ ପଛାଇଲେ ନାହିଁ ଯୁବତୀ । ଲୁଚକାଳି ଖେଳ ଖେଳିବା ବାହାନାରେ ଭାବି ସ୍ବାମୀଙ୍କ ଗଳା କାଟି ଦେଲେ ଯୁବତୀ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାର କୋମଲାପୁଡି ଗାଁରେ । ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ପେଡେରୁର ବାସିନ୍ଦା ରାମୁ ନାଇଡୁ ଆଲୁରୀ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି । ତାଙ୍କ ପିତା ମାତା କୋମଲାପୁଡି ଗାଁରେ ପୁଷ୍ପା ନାମକ ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର କରିଥିଲେ । ତେବେ ଆସନ୍ତା ୨୦ ତାରିଖରେ ବିବାହ ହେବାକୁ ଥିବାବେଳେ ଗତକାଲି ପୁଷ୍ପା ସପିଂ କରିବା ପାଇଁ ରାମୁ ନାଇଡୁଙ୍କୁ ଗାଁକୁ ଡାକିଥିଲେ । ସପିଂ କରିସାରିବା ପରେ କୋମାଲପୁଡିର ଏକ ପାହାଡକୁ ବୁଲିବାକୁ ଯାଇ ପୁଷ୍ପା ଲୁଚକାଳି ଖେଳିବାକୁ କହିଥିଲେ ।

ଏହାପରେ ରାମୁଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଅନ୍ୟ କେହି ତାଙ୍କୁ ଆକ୍ରମଣ କରିବା କହି ସେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଏବେ ରାମୁ ନାଇଡୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ପୁଷ୍ପା ତାଙ୍କୁ ପସନ୍ଦ କରୁନଥିବାରୁ ସେ ଏହି ଷଡଯନ୍ତ୍ର ରଚିଥିବା କହିଛନ୍ତି ରାମୁ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details