ଓଡିଶା

odisha

ETV Bharat / bharat

BrahMos Scores Two Direct Strikes: ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ କଲା ବ୍ରହ୍ମୋସ - ଯୁଦ୍ଧ ବିମାନରୁ ବ୍ରହ୍ମୋସ ପରୀକ୍ଷଣ

ମଙ୍ଗଳବାର ବ୍ରହ୍ମୋସର ଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିଲା । ସଠିକତାର ସହ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ବ୍ରହ୍ମୋସ । ଆଜି ବ୍ରହ୍ମୋସର ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ ଫଟୋ ସେୟାର ହୋଇଛି । ଅଧିକ ପଢନ୍ତୁ ଅଧିକ ପଢନ୍ତୁ

ଦୁଇ ପୃଥକ ପରରୀକ୍ଷଣରେ ଲଢୁଆ ବିମାନ ଓ ଯୁଦ୍ଧ ହାଜାଜରୁ ଗୋଟିଏ ଟାର୍ଗେଟକୁ ସଫଳ ଲକ୍ଷ୍ୟଭେଦ କଲା ବ୍ରହ୍ମୋସ
ଦୁଇ ପୃଥକ ପରରୀକ୍ଷଣରେ ଲଢୁଆ ବିମାନ ଓ ଯୁଦ୍ଧ ହାଜାଜରୁ ଗୋଟିଏ ଟାର୍ଗେଟକୁ ସଫଳ ଲକ୍ଷ୍ୟଭେଦ କଲା ବ୍ରହ୍ମୋସ

By

Published : Apr 20, 2022, 4:11 PM IST

ନୂଆଦିଲ୍ଲୀ:ଗତକାଲି (ମଙ୍ଗଳବାର) ବ୍ରହ୍ମୋସ କ୍ଷେପଣାସ୍ତ୍ରର ଦୁଇଟି ପୃଥକ ପରୀକ୍ଷଣ ସଫଳ ହୋଇଥିଲା । ପ୍ରଥମ ପରୀକ୍ଷଣଟି ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ- 30 ଏମକେଆଇରୁ ହୋଇଥବା ବେଳେ ଦ୍ବିତୀୟଟି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଦିଲ୍ଲୀରୁ ପରୀକ୍ଷଣ ହୋଇଥିଲା । ତେବେ ଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିଲା । ସଠିକତାର ସହ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ବ୍ରହ୍ମୋସ । ଆଜି ବ୍ରହ୍ମୋସର ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ ଫଟୋ ସେୟାର ହୋଇଛି ।

ସୁଦୂର ସମୁଦ୍ର ମଝିରେ ଏହି ପରୀକ୍ଷଣ ପାଇଁ ଏକ ଟାର୍ଗେଟ ରଖାଯାଇଥିଲା । ନୌସେନାର ଏକ ସେବାନିବୃତ୍ତ ପୁରୁଣା ଯୁଦ୍ଧ ଜାହଜକୁ ଲକ୍ଷ୍ୟ ଭାବେ କରାଯାଇଥିଲା ବ୍ୟବହାର । ତେବେ ଦୁଇଟି ପରୀକ୍ଷଣରେ ସଠିକ ପ୍ରହାର କରି ବ୍ରହ୍ମୋସ । ଗତକାଲିର ପରୀକ୍ଷଣ ବେସ ଜଟିଳ ଥିଲା । ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରାୟ 3000 ହଜାର କିମି ପ୍ରତି ଘଣ୍ଟା ବେଗରେ ଟାର୍ଗଟ ହିଟ କରିଥିଲା । ଉଭୟ ପରୀକ୍ଷଣ ଭାରତୀୟ ବାୟୁସେନା ଓ ନୌସେନା ମଧ୍ୟରେ ସ୍ପରସ୍ପର ସହଯୋଗ ଓ ସମନ୍ବୟ ରକ୍ଷା କରି ସଫଳତାର ସହ ଶେଷ କରିଥିବା ସୂଚନା ମିଳିଛି ।

ଭାରତ-ଋଷ ମିଳିତ ଜ୍ଞାନ କୌଶଳରେ ନିର୍ମିତ ଓ ପରେ ବିକଶିତ ଅତ୍ୟାଧୁନିକ କ୍ରୁଜ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ରହ୍ମୋସ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଗେମ୍ ଚେଞ୍ଜର ମିସାଇଲ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହାର ଏକାଧିକ ପରୀକ୍ଷଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details