ଓଡିଶା

odisha

ETV Bharat / bharat

ପାକିସ୍ତାନରେ ଖସିଲା Brahmos missile , 3 ଅଧିକାରୀଙ୍କୁ ବିଦା କଲା ବାୟୁସେନା

ବ୍ରହ୍ମୋସ କ୍ଷେପଣାସ୍ତ୍ର ମିସ ଫାଏର ହୋଇ ପାକିସ୍ତାନରେ ପଡିବା ଘଟଣାରେ ଚାକିରିରୁ ବଦା ହେଲେ 3 ବାୟୁସେନା ଅଧିକାରୀ । ବହିସ୍କୃତ ତାଲିକାରେ ଜଣେ ଗ୍ରୁପ କ୍ୟାପଟେନ ଓ ଦୁଇ ଓ୍ବିଙ୍ଗ କମାଣ୍ଡର ଥିବା ସୂଚନା । ଘଟଣା ପରେ ଜାରି ରହିଥିଲା କୋର୍ଟ ଅଫ ଇନକ୍ୟୁରୀ । ଅଧିକ ପଢନ୍ତୁ

Brahmos missile misfire, ଚାକିରିରୁ ବିଦା ହେଲେ 3 ବାୟୁ ସେନାଧିକାରୀ
Brahmos missile misfire, ଚାକିରିରୁ ବିଦା ହେଲେ 3 ବାୟୁ ସେନାଧିକାରୀ

By

Published : Aug 23, 2022, 8:06 PM IST

ନୂଆଦିଲ୍ଲୀ:ବ୍ରହ୍ମୋସ ମିସାଇଲ ମିସ ଫାଏର (Brahmos missile misfire) ହୋଇ ପାକିସ୍ତାନରେ ପଡିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାୟୁସେନା । ଅଘଟଣ ଦିନ ଦାୟିତ୍ବରେ ଥିବା 3 ବାୟୁ ସେନାଧିକାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି (Air Force officers terminated)। ଏହି ଘଟଣାର ତଦନ୍ତ ସାରିବା ପରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହିସ୍କୃତ ଅଧିକାରୀଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପଟେନ ଓ ଦୁଇ ଜଣ ଓ୍ବିଙ୍ଗ କମାଣ୍ଡର ରହିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ 9 ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଭାରତୀୟ ବାୟୁସେନାର ଏକ ବ୍ରହ୍ମୋସ ମିସାଇଲ ହଠାତ ଭୁଲବଶତଃ ଉତକ୍ଷେପଣ ହେବା ସହ ପାକିସ୍ତାନରେ ପଡିଥିଲା । ଏଥିରେ କୌଣସି ଯୁଦ୍ଧାସ୍ତ୍ର ନଥିବାରୁ କୌଣସି ଅଘଟଣ ଘଟି ନଥିଲା । ଏଥିରେ କୌଣସି କ୍ଷତି ହୋଇ ନଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଏନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ପାକିସ୍ତାନ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ଅନ୍ତର୍ଜାତୀୟ ଫୋରମରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ପାକିସ୍ତାନ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଭାରତ ଏହା ତ୍ରୁଟିବଶତଃ ହୋଇଛି ବୋଲି ସ୍ପଷ୍ଟ କରିଥିଲା । ଉଭୟ ଭରତ ଓ ପାକିସ୍ତାନ ନିଜ ଆଡୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:-BrahMos accidental firing: ମାସେ ମଧ୍ୟରେ ସରିଲା ବାୟୁସେନାର ତଦନ୍ତ, ଏକାଧିକ ଅଧିକାରୀ ଦୋଷୀ

ଭାରତୀୟ ବାୟୁସେନା ଏହି ଘଟଣାରେ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କୋର୍ଟ ଅଫ ଇନ୍କ୍ୟୁରୀ ନିର୍ଦ୍ଦେଶ ଦେଇଥିଲା (Brahmos missile misfire case investigation)। ସେବେଠାରୁ ତଦନ୍ତ ଜାରି ରହିଥିବା ବେଳେ ଆଜି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପ୍ରକାଶ ପାଇଛି । ଦାୟିତ୍ବରେ ଥିବା 3 ବାୟୁସେନାଧିକାରୀଙ୍କ ଅବହେଳା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି ।

ସେତେବେଳେ ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଏହା ତ୍ରୁଟିବଶତଃ ହୋଇଥିବା ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଗୃହରେ ବିବୃତ୍ତି ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍କ୍ବାର୍ଡନ ଦାୟିତ୍ବରେ ଥିବା ଅଧିକାରୀ ମଡେଲ ପ୍ରୋଟୋକଲ ସଠିକ ଅନୂପାଳନ କରି ନଥିବାରୁ ଏପରି ଏକ ଅଘଟଣ ଘଟିଥିବା କୋର୍ଟ ଅଫ ଇନକ୍ବାରୀରେ ସ୍ପଷ୍ଟ ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଆଶା କରାଯାଉଥିଲା । ଆଜି ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି (Air Force officers terminated)।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details