ଲକ୍ଷ୍ନୌ:ପ୍ରେମ ରାସ୍ତାରେ ଖଳନାୟିକା ସାଜିଲେ ମାଆ । ଝିଅକୁ ପ୍ରେମିକ ସହ ଦେଖା କରିବାକୁ ବାରଣ କଲେ । ପରିବାର ନିଷ୍ପତ୍ତି ଆଗରେ ପ୍ରେମିକର ସାଥ୍ ଛାଡିବାକୁ ନିଷ୍ପତ୍ତି ନେଲା ପ୍ରେମିକା । ପ୍ରେମିକାର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ ପାରିଲାନି ପ୍ରେମିକ । ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ରାଗରେ ଜର୍ଜରିତ ହୋଇ ପ୍ରେମିକା ଘରେ ପହଞ୍ଚି ନିଜ ମନର ମାନସୀକୁ ପିଆଇ ଦେଲା ବିଷ । ଶେଷରେ ଆଖି ବୁଜିଛନ୍ତି ନାବାଳିକା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌର ରହୀମାବାଦ ଗାଁରେ । ଏହି ଘଟଣାରେ ପୋଲିସ ନାବାଳିକାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯୁବକଙ୍କ ପରିଚୟ ମିଳିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ- ରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ
ଉଭୟଙ୍କ ପ୍ରେମୀ ଯୁଗଳଙ୍କ ଘର ରହୀମାବାଦ ଗାଁରେ । ନାବାଳିକାଙ୍କ ପ୍ରେମ ସମ୍ପର୍କରେ ପରିବାର ଲୋକେ ଅବଗତ ଥିଲେ । କିନ୍ତୁ ଯୁବକ ଜଣଙ୍କୁ ନାବାଳିକାଙ୍କ ମାଆ ପସନ୍ଦ କରୁନଥିଲେ । ଏହି କାରଣରୁ ସେ ଝିଅକୁ ଯୁବକଙ୍କୁ ଭେଟିବାକୁ ବାରମ୍ବାର ବାରଣ କରୁଥିଲେ । ଏହାକୁ ନେଇ ମାଆ ଓ ଝିଅ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ତେଣୁ ନାବାଳିକା ଜଣଙ୍କ ପ୍ରେମିକ ସହ କଥାବାର୍ତ୍ତା କରୁନଥିଲେ ।