ହାଇଦ୍ରାବାଦ:ହାତ ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବାଳକ, ଅଫରେସନ ପୂର୍ବରୁ ଆନାସ୍ଥେସିଆ(anesthesia) ଦିଆଯିବା ବେଳେ ହୃଦଘାତ ଆସିବାରୁ ଚାଲିଗଲା ଜୀବନ (boy has died while giving anesthesia) । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ୱାରଙ୍ଗାଲ ଏମଜିଏମ ଡାକ୍ତରଖାନା(Warangal MGM hospital)ରେ । ମୃତ ନାବାଳକ ହେଉଛନ୍ତି ୱାରଙ୍ଗାଲ ଜିଲ୍ଲାର ଲିଙ୍ଗିଆ ଟାଣ୍ଡା । ଗତ ମଙ୍ଗଳବାର ଦିନ ଲିଙ୍ଗିଆଙ୍କ ମୃ୍ତ୍ୟୁ ହୋଇଥିବା ଜଣାପଡିଛି ।
ସେପ୍ଟେମ୍ବର ୪ତାରିଖରେ ଏକ ସଡକ ଦୁର୍ଘଟଣାରେ ଲିଙ୍ଗିଆଙ୍କ ଡାହାଣ ହାତ ଭାଙ୍ଗି ଯିବାରୁ ସେ ଏମଜିଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେପ୍ଟେମ୍ବର ୬ ତାରିଖ ମଙ୍ଗଳବାର ଦିନ ହାତ ଅପରେସନ ପାଇଁ ତାଙ୍କୁ ସକାଳ ୧୦ଟା ୩୦ ମିନଟରେ ଅପେରସନ ଥିଏଟରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଅପରେସନ ପୂର୍ବରୁ ଆନାସ୍ଥେସିଆ ଦେବା ସମୟରେ ହଠାତ ନାବାଳକ ଜଣଙ୍କୁ ହୃଦଘାତ ଆସିଥିଲା । ଏହା ପରେ ତାଙ୍କୁ RICU ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ନାବାଳକର ମୃତ୍ୟୁ ହୋଇଥିଲା ।