ଓଡିଶା

odisha

ETV Bharat / bharat

ନିଜ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲା ନାବାଳକ

ନିଜ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲା ନାବାଳକ । କହିଲା, ମୁଁ ଜୀବିତ ଅଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 12, 2023, 9:38 AM IST

ନିଜ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲା ନାବାଳକ
ନିଜ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲା ନାବାଳକ

ନୂଆଦିଲ୍ଲୀ:ନିଜ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ହାଜରେ ହେଲେ ୧୧ ବର୍ଷୀୟ ନାବାଳକ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଗତ ୧୦ ତାରିଖରେସୁପ୍ରିମକୋର୍ଟରେ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଏହି ରୋଚକ ଘଟଣା ଦେଖିବାକୁ ମିଳିଛି । ନିଜ ହତ୍ୟା ମାମଲାର ଶୁଣାଣି ବେଳେ ଜଣେ ୧୧ ବର୍ଷୀୟ ବାଳକ କୋର୍ଟରେ ପହଞ୍ଚି କହିଛି ଯେ, "ମୁଁ ଜୀବିତ ଅଛି । ମୋତେ ହତ୍ୟା କରାଯାଇନି ।" କୋର୍ଟରେ ହାଜର ହୋଇଥିବା ଉକ୍ତ ପିଲାଟିକୁ ଗତ ଜୁଲାଇ ମାସରେ ହତ୍ୟା କରାଯାଇଥିବା ନେଇ ପୋଲିସ ମାମଲା ରୁଜୁ କରିଥିଲା । ପିଲାଟିକୁ ତା'ର ଅଜା ଓ ମାମୁଁ ମିଶି ମାରିଥିବା ଅଭିଯୋଗ ରହିଥିଲା ।

ସୂଚନା ଅନୁଯାୟୀ, ପିଲାଟିର ନାମ ଅଭୟ ସିଂହ ଓ ଘର ଉତ୍ତରପ୍ରଦେଶର ପିଲିଭିତ ଅଞ୍ଚଳରେ । ୨୦୧୦ ମସିହାରେ ତା'ର ଅଜା ଚରଣ ସିଂହ ନିଜ ଝିଅ ମୀନାର ବିବାହ ଭାନୁପ୍ରକାଶ ନାମକ ବ୍ୟକ୍ତିଙ୍କ ସହ କରିଥିଲେ । କିଛି ଦିନ ପରେ ମୀନା ଅଭୟକୁ ଜନ୍ମ ଦେଇଥିଲେ । ୨୦୧୩ରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଯୌତୁକ ପାଇଁ ଭାନୁପ୍ରକାଶ ମୀନାକୁ ହତ୍ୟା କରିଥିବା ବାପଘର ଅଭିଯୋଗ କରିଥିଲେ ଏବଂ ଅଭୟକୁ ନିଜ ସାଙ୍ଗରେ ନେଇଆସିଥିଲେ ।

ଏହାମଧ୍ୟ ପଢନ୍ତୁ: Uttar Pradesh: ହିନ୍ଦୁ ରୀତିନୀତିରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ ସମ୍ପନ୍ନ, ତୀର୍ଥଯାତ୍ରାରେ ଆସିଥିଲେ କାଶୀ

ପିଲାଟି ନିଜ ମାମୁଁ ଘରେ ରହୁଥିଲା । ହେଲେ ଭାନୁପ୍ରକାଶ ନିଜ ପୁଅର କଷ୍ଟଡି ଚାହୁଁଥିଲା । ଏହାକୁ ନେଇ ଅଜା ଚରଣ ସିଂହ ଓ ଭାନୁପ୍ରକାଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ଆଇନଗତ ଲଢେଇ ଜାରି ରହିଥିଲା । ହେଲେ ଚଳିତ ବର୍ଷ ଭାନୁପ୍ରକାଶ ଅଜୟକୁ ହତ୍ୟା କରାଯାଇଥିବା ନେଇ ନିଜ ଶ୍ବଶୁର ଚରଣ ସିଂହ ଓ ଶାଳକ ବିରୋଧରେ ଅଭିଯୋଗ କରିଥିଲେ । ଅଜୟ ଜୀବିତ ଥିବା ସତ୍ତ୍ବେ ପୋଲିସ ତା'ର ଅଜା ଓ ମାମୁଁ ବିରୋଧରେ ମାମଲା ରୁଜୁ କରିଥିଲା ।

ତା' ହତ୍ୟା ମାମଲାର ତଦନ୍ତ ଚାଲିବାରୁ ୧୧ ବର୍ଷୀୟ ପିଲାଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ସେ ଜୀବିତ ଥିବା ପ୍ରମାଣ କରିବାକୁ ସୁପ୍ରିମକୋର୍ଟରେ ହାଜର ହୋଇଥିଲା । ପିଲାଟି ସୁପ୍ରିମକୋର୍ଟରେ ହାଜର ହେବା ପରେ ଦୁଇ ଜଣିଆ ଖଣ୍ଡପୀଠ ଫ୍ୟାମିଲ କୋର୍ଟର ମୁଖ୍ୟ ବିଚାରପତି, ଉତ୍ତରପ୍ରଦେଶ ସରକାର, ପିଲିଭିତ ଏସ୍‌ପି, ମାମଲା ରୁଜୁ କରିଥିବା ଥାନାର ଇନ୍ସପେକ୍ଟର ଇନଚାର୍ଜଙ୍କୁ ନୋଟିସ୍ ଜାରି କରିଛନ୍ତି ।

ABOUT THE AUTHOR

...view details