ନୂଆଦିଲ୍ଲୀ: 73 ତମ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବିଶ୍ବର ପ୍ରମୁଖ ରାଷ୍ଟ୍ର । ରାଷ୍ଟ୍ରମୁଖ୍ୟମାନେ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଭାରତ ସହ ଦ୍ବିପାକ୍ଷିକ ସୁସମ୍ପର୍କର ଉଦାହରଣ ଦେଇଛନ୍ତି । ବ୍ରିଟେନ, ଆମେରିକା, ଫ୍ରାନ୍ସ ,ଶ୍ରୀଲଙ୍କା ସମେତ ଅନ୍ୟ କିଛି ଦେଶର ମୁଖ୍ୟ ଭାରତକୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ।
ଶୁଭେଚ୍ଛା ଜଣାଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି, ଭାରତ ଓ ବ୍ରିଟେନ ମଧ୍ୟରେ ଦଶନ୍ଧି ଧରି ସମ୍ପର୍କ ବିସ୍ତାର ହୋଇଆସଛି । ଦୁଇ ଦେଶ ଦୃଢ ସହଭାଗିତାରେ ଦଶନ୍ଧି ଧରି ଯାତ୍ରା କରିଛନ୍ତି ଓ ଅନେକ ଘଟଣାର ମିଳିତ ସାକ୍ଷୀ ମଧ୍ୟ ରହିଛନ୍ତି । ଏହି ସୁସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ । ଭାରତ ତାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ସମସ୍ତ ଭାରତୀୟ ଓ ବ୍ରିଟେନରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ବିଟ୍ରେନ ତରଫରୁ ସେ ଶୁଭେଚ୍ଛା ଜଣାଉଛନ୍ତି ବୋଲି ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଜନସନ ।
ସେହିପରି ଭାରତକୁ ଶୁଭେଚ୍ଛା ଜଣାଇଛି ଯୁକ୍ତରାଷ୍ଟ୍ର ଆମେରିକା । ରାଜଧାନୀ ୱାଶିଂଟନ୍ରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି କହିଛନ୍ତି ଯେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଭାରତ ଏବଂ ଆମେରିକା ସବୁବେଳେ ପରସ୍ପରର ସହଯୋଗୀ ଭବେ କାର୍ଯ୍ୟ କରିଆସିଛନ୍ତି । ଦୈନିକ ଗଣମାଧ୍ୟକୁ ସମ୍ବୋଧିତ କରିବା ଅବସରରେ ଏପରି ମତ ରଖିଛନ୍ତି ଜେନ ପାସାକି ।