ଓଡିଶା

odisha

ETV Bharat / bharat

ସୁଟକେସରୁ ମିଳିଲା ମୃତଦେହ, ତ୍ରିକୋଣୀୟ ପ୍ରେମ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ସାଙ୍ଗକୁ ହତ୍ୟା କରି ସୁଟ କେସରେ ଭର୍ତ୍ତି କରି ପଞ୍ଜାବର ରେଳଷ୍ଟେସନରେ ଛାଡିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

By

Published : Nov 17, 2022, 10:57 PM IST

ତ୍ରିକୋଣୀୟ ପ୍ରେମ: ପ୍ରେମ ପାଇଁ  ବନ୍ଧୁକୁ ହତ୍ୟା କଲେ ବନ୍ଧୁ
ତ୍ରିକୋଣୀୟ ପ୍ରେମ: ପ୍ରେମ ପାଇଁ ବନ୍ଧୁକୁ ହତ୍ୟା କଲେ ବନ୍ଧୁ

ଚଣ୍ଡିଗଡ:ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ପ୍ରେମ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଖାଲି ସେତିକି ନୁହେଁ ସୁଟକେସରୁ ମିଳିଲା ମୃତଦେହ । ରେଲଓ୍ୱେ ଷ୍ଟେସନରୁ ମିଳିଲା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଜଳନ୍ଧରରେ । ଏନେଇ ବୁଧବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଶାମିମ ଏବଂ ଆଶଫାକ ଗଦାପୁରର ଏକ କାରଖାନାରେ ଏକାଠି କାମ କରୁଥିବା ବେଳେ ଏକ କ୍ବାର୍ଟରରେ ମଧ୍ୟ ରହୁଥିଲେ। ତେବେ ସାମିମ ସେ ଅଞ୍ଚଳର ମହିଳାଙ୍କ ସହ ସଂପର୍କ ଥିବା ବେଳେ ଆଶଫାକ ମଧ୍ୟ ତାଙ୍କୁ ପସନ୍ଦ କରୁଥିଲେ। ଏନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ଯାହାଦ୍ବାରା ରାଗିଯାଇ ଫଳସ୍ବରୂପ ଆଶଫାକ ଶାମିମଙ୍କୁ ହତ୍ୟା କରିଥିଲା । ପରେ ଶାମିମଙ୍କୁ ମୃତଦେହକୁ ଏକ ନାଲି ରଙ୍ଗର ସୁଟକେସରେ ନେଇ ପଞ୍ଜାବର ରେଳଷ୍ଟେସନରେ ଛାଡିଦେଇଥିଲେ ।

ଏନେଇ ଜଣେ ବ୍ୟକ୍ତି ସନ୍ଦେହ କରି ପୋଲିସକୁ ଏହି ଘଟଣା ବିଷୟରେ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା। ଏଥିସହ ରେଳ ଷ୍ଟେସନରୁ ଆସିଥିବା ସିସିଟିଭି ଫୁଟେଜକୁ ଭିତ୍ତି କରି ପୋଲିସ ଆଶଫାକଙ୍କୁ ଗିରଫ କରିଥିଲା । ​​ଯିଏ ଫୁଟେଜରେ ଶାମିମଙ୍କ ମୃତଦେହ ଭର୍ତ୍ତି ହୋଇଥିବା ଲାଲ ରଙ୍ଗର ସୁଟକେସ ସେଠାରେ ଛାଡିଥିବା ନେଇ ଦେଖାଦେଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details