ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ଆର୍ମି ଭ୍ୟାନରେ ବିସ୍ଫୋରଣ, ଜଣେ ଯବାନଙ୍କ ସହ 4 ଆହତ - ଆର୍ମି ଟ୍ରକରେ ବିସ୍ଫୋରଣ 4 ଯବାନ ଆହତ

ପଶ୍ଚିମବଙ୍ଗ ସିଲିଗୁଡିରେ ଆର୍ମି ଭ୍ୟାନରେ ବିସ୍ଫୋରଣ । ଜଣେ ଯବାନଙ୍କ ସମେତ 4 ଆହତ । ଏସି ମେସିନରେ ଗ୍ୟାସ ଫିଲ କରିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଆର୍ମି ଗାଡିରେ ବିସ୍ଫୋରଣ, 4 ଯବାନ ଆହତ
ପଶ୍ଚିମବଙ୍ଗରେ ଆର୍ମି ଗାଡିରେ ବିସ୍ଫୋରଣ, 4 ଯବାନ ଆହତ

By

Published : May 17, 2023, 5:18 PM IST

କୋଲକାତା:ପଶ୍ଚିମବଙ୍ଗ ସିଲିଗୁଡିରେ ସେନାର ଏକ ଭ୍ୟାନରେ ବିସ୍ଫୋରଣ ଘଟିଛି । ଏଥିରେ ଜଣେ ଯବାନ ଓ 3 ସ୍ଥାନୀୟ ଲୋକଙ୍କୁ ମିଶାଇ ମୋଟ 4 ଜଣ ଆହତ ହୋଇଛନ୍ତି । ଏକ ଗ୍ୟାରେଜରେ ଭ୍ୟାନରେ ଗ୍ୟାସ ଫିଲ କରିବା ବେଳେ ଏପରି ଅଘଟଣ ଘଟିଛି । ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବା ମଧ୍ୟ ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଗ୍ରାମରେ ପହଞ୍ଚିଛି । ପ୍ରାଥମିକ ତଦନ୍ତ ପରେ ମିଳିଥିବା ସୂଚନା ଅନୁସାରେ, ଯବାନ ଜଣଙ୍କ ଏହି ଟାଟା ସଫାରୀ ଷ୍ଟର୍ମ ଭ୍ୟାନର ଡ୍ରାଇଭର । ଏହି ଭ୍ୟାନଟିକୁ ଗ୍ୟାରେଜରେ ଏସି ମେସିନରେ ଗ୍ୟାସ ଭରିବା ପାଇଁ ଅଣାଯାଇଥିଲା । ଏଥିରେ ଗ୍ୟାସ ଭରିବା ସମୟରେ ଯବାନ ଓ ଗ୍ୟାରେଜର 3 କର୍ମଚାରୀ ଉପସ୍ଥିତ ଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ 4 ଜଣ ଆହତ ହୋଇଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଗ୍ରାମବାସୀ ରୁଣ୍ଡ ସହ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ତେବେ ଗାଡିରେ ଲାଗିଥିବା ଏସି ମେସିନର ଗ୍ୟାସ ସିଲିଣ୍ଡରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଭ୍ୟାନଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଆହତ ଯବାନଜଣଙ୍କ ପରିଚୟ ସ୍ପଷ୍ଟ କରାଯାଇନାହିଁ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଗ୍ୟାରେଜ ବିରୋଧରେ ଭିନ୍ନ ଅଭିଯୋଗ ଆଣିଛନ୍ତି । ସେଠାରେ ଦୀର୍ଘଦିନ ହେବ ବେଆଇନ ଭାବେ ଗ୍ୟାସ ଫିଲ କରାଯାଇ ଆସୁଥିଲା । ତେଣୁ ଏହି ଗ୍ୟାରେଜ କାରଣରୁ ଗ୍ରାମବାସୀଙ୍କ ସୁରକ୍ଷା ପ୍ରତି ବିପଦ ଥିବା ସେମାନେ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ୟାରେଜକୁ ଗ୍ରାମ ନିକଟରୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଦାବି ମଧ୍ୟ କରିଛନ୍ତି । ସ୍ଥାନୀୟ କାଉନସିଲର ଓ ଅନ୍ୟ ଜନ ପ୍ରତିନିଧିଙ୍କ ସହ ସ୍ଥାନୀୟ ପ୍ରଶାସନ ଅଧିକାରୀ ମଧ୍ୟ ଅଘଟଣ ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ ପହଞ୍ଚି ବିସ୍ଫୋରଣ ହୋଇଥିବା ଭ୍ୟାନକୁ ଯାଞ୍ଚ କରିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ପୋଲିସ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସମ୍ପୃକ୍ତ ଗ୍ୟାରେଜକୁ ନେଇ ଭୟର ବାତାବରଣ ଦେଖାଯାଇଛି । ଅଘଟଣ ସମ୍ପର୍କରେ ସେନା ପକ୍ଷରୁ କୌଣସି ମନ୍ତବ୍ୟ ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details