ଓଡିଶା

odisha

ETV Bharat / bharat

ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ୨୦୨୨ ନିର୍ବାଚନ ଉପରେ ହେବ ମାନସ ମନ୍ଥନ - ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ଆଜି ଦିନ ୧୦ଟାରେ ବସିବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟ ପ୍ରସଙ୍ଗ ହେବ ୨୦୨୨ ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ...

ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ୨୦୨୨ ନିର୍ବାଚନ ଉପରେ ହେବ ମନ୍ଥନ
ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ୨୦୨୨ ନିର୍ବାଚନ ଉପରେ ହେବ ମନ୍ଥନ

By

Published : Nov 7, 2021, 7:24 AM IST

ନୂଆଦିଲ୍ଲୀ: ଆଜି ବସିବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । NDMC କନଭେନସନ ସେଣ୍ଟରରେ ବୈଠକ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୧୨୪ ସଦସ୍ୟ ବୈଠକରେ ଉପସ୍ଥିତ ରହିବେ । କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ପାର୍ଟି କାର୍ଯ୍ୟାଳୟରୁ ଏଥିରେ ସାମିଲ ହେବ । ୨୦୨୨ରେ ପାଞ୍ଚଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ବୈଠକର ମୁଖ୍ୟ ପ୍ରସଙ୍ଗ ହେବ ।

ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମେତ ଅନେକ ହେଭିୱେଟ ନେତା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ । ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଭର୍ଚୁଆଲରେ ଯୋଗ ଦେବେ ।

ବୈଠକ ଆଜି ଦିନ ୧୦ଟାରୁ ଆରମ୍ଭ ହେବ ଏବଂ ଅପରାହ୍ନ ୩ଟା ଯାଏଁ ଚାଲିବ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନୀ ଅଭିଭାଷଣ ରଖିବେ । ୫ଟି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ସଙ୍ଗେ ସଙ୍ଗେ କୋଭିଡ-୧୯ ଏବଂ ବିଭିନ୍ନ ଏଜେଣ୍ଡା ଉପରେ ଚର୍ଚ୍ଚା କରାଯିବ । ବୈଠକରେ ୧୦୦ କୋଟି ଟୀକାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ବୈଠକ ଶେଷ ହେବ । ତେବେ ବିଜେପିର ଏହା ପ୍ରଥମ ହାଇବ୍ରିଡ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି ।

ଏନେଇ ବିଜେପି ମହାସଚିବ ଅରୁଣ ସିଂହ କହିଛନ୍ତି, ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ସ୍ବେଚ୍ଛାସେବୀ ଏବଂ ସମର୍ଥକଙ୍କୁ ଆଗକୁ ବଢିବାରେ ରାସ୍ତା ଦେଖାଇବ । ଏଥିସହ ରାଜ୍ୟ ନେତୃବୃନ୍ଦଙ୍କୁ ଭର୍ଚୁଆଲ ଲିଙ୍କ ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟ ଯଥା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦଳ ନିଜର ରଣନୀତି ପ୍ରସ୍ତୁତ କରିବ । ଏହିସବୁ ରାଜ୍ୟଗୁଡିକ ମଧ୍ୟରେ ପଞ୍ଜାବରେ ବିଜେପି ସରକାର ନଥିବା ଯୋଗୁଁ କିପରି ଏଠାରେ ଦଳ ଭଲ ପ୍ରଦର୍ଶନ କରିବ ତାହା ଉପରେ ମାନସ ମନ୍ଥନ କରାଯିବ ।

ABOUT THE AUTHOR

...view details