ଓଡିଶା

odisha

ETV Bharat / bharat

Elections Results 2022: 4 ରାଜ୍ୟରେ ଟ୍ରେଣ୍ଡିଂ କରୁଛି BJP, ପଞ୍ଜାବରେ APP - ବିଧାନସଭା ନିର୍ବାଚନ ଫଳାଫଳ

୫ଟି ରାଜ୍ୟରେ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ୪ଟି ରାଜ୍ୟରେ ବିଜେପି ଟ୍ରେଣ୍ଡିଂ କରୁଥିବା ବେଳେ ଆପ ପଞ୍ଜାବରେ ଟ୍ରେଣ୍ଡିଂ କରୁଛି । ଅଧିକ ପଢନ୍ତୁ

Elections Results 2022: 4 ରାଜ୍ୟରେ ଟ୍ରେଣ୍ଡ କରୁଛି BJP, ପଞ୍ଜାବରେ  APP
Elections Results 2022: 4 ରାଜ୍ୟରେ ଟ୍ରେଣ୍ଡ କରୁଛି BJP, ପଞ୍ଜାବରେ APP

By

Published : Mar 10, 2022, 10:54 AM IST

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟରେ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୪ଟି ରାଜ୍ୟରେ ବିଜେପି ଟ୍ରେଣ୍ଡିଂ କରୁଥିବା ବେଳେ ଆପ ପଞ୍ଜାବରେ ଟ୍ରେଣ୍ଡିଂ କରୁଛି ।

ଉତ୍ତରାଖଣ୍ଡରେ ବିଜେପି ଟ୍ରେଣ୍ଡିଂ

ଉତ୍ତରାଖଣ୍ଡରେ ଆରମ୍ଭ ହୋଇଯାଇଛି ବିଧାନସଭା ଆସନ ପାଇଁ ଭୋଟ ଗଣତି । ଟ୍ରେଣ୍ଡିଂରେ ରହିଛି ବିଜେପି । ୧୯ଟି ବିଧାନସଭା ଆସନରେ ବିଜେପି ଲିଡ କରୁଥିବା ବେଳେ କଂଗ୍ରେସ ୧୨ଟି ଓ ବହୁ ଜନସମାଜ ପାର୍ଟି ୨ଟିରେ ଲିଡ କରୁଛି ।

ଉତ୍ତରପ୍ରଦେଶରେ ବିଜେପି ଟ୍ରେଣ୍ଡିଂ

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ବିଜେପି ଲିଡ କରୁଛି । ୬୨ ଟି ଆସନରେ ବିଜେଡି ଆଗରେ ଥିବା ବେଳେ ସମାଜବାଦୀ ପାର୍ଚି ୨୮ଟି ସିଟରେ ଆଗରେ ରହିଛି । ରାୟ ବରେଲିରେ ବିଜେପିର ଆଦିତି ସିଂ ଆଗରେ ରହିଛନ୍ତି ।

ଗୋଆରେ ବିଜେପି ଟ୍ରେଣ୍ଡିଂ

ଗୋଆରେ ମଧ୍ୟ ଆରମ୍ଭ ହୋଇଯାଇଛି ବିଧାନସଭା ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଗୋଆରେ ବିଜେପି ସବୁଠାରୁ ଅଧିକ ଆସନରେ ଆଗରେ ରହିଛି । ୪୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୮ଟିରେ ବର୍ତ୍ତମାନ ଆଗୁଆ ରହିଛି । ସେହିପରି ଆପ ଗୋଟିଏ ବିଧାନସଭା ଆସନରେ ଆଗରେ ରହିଛି । କଂଗ୍ରେସ ୨ ଓ ସ୍ବାଧିନ ପାର୍ଟି ୨ଟିରେ ଆଗରେ ରହିଛି ।

ମଣିପୁରରେ ବିଜେପି ଟ୍ରେଣ୍ଡିଂ

ସେହିପରି ମଣିପୁରରେ ମଧ୍ୟ ଜାରି ରହିଛି ବିଧାନସଭା ଆସନ ପାଇଁ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବିଜେପି ୧୨ଟି ଆସନରେ ଆଗୁଥିବା ବେଳେ କଂଗ୍ରେସ ୫ଟି ଆସନରେ ଆଗରେ ରହିଛି ।

ପଞ୍ଜାବରେ ଆପ ଟ୍ରେଣ୍ଡିଂ

ପଞ୍ଜାବରେ ମଧ୍ୟ ଜାରି ରହିଛି ବିଧାନସବା ଆସନ ପାଇଁ ଭୋଟ ଗଣତି । ପଞ୍ଜାବରେ ୮୮ଟି ଆସନରେ ଆପ ଲିଡ କରୁଥିବା ସୂଚନା ମିଳିଛି ।

@ANI

ABOUT THE AUTHOR

...view details