ଓଡିଶା

odisha

ETV Bharat / bharat

'ରାଜନୈତିକ ବାଧ୍ୟବାଧକତା ପାଇଁ ଗାନ୍ଧୀଙ୍କୁ ମନେପକାଉଛି BJP' - ବିଜେପି ବିରୋଧରେ ଗେହଲଟଙ୍କ ବୟାନ

ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଉଛି ବୋଲି ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ...

'ରାଜନୈତିକ ବାଧ୍ୟବାଧକତା ପାଇଁ ଗାନ୍ଧୀଙ୍କୁ ମନେପକାଉଛି BJP'
'ରାଜନୈତିକ ବାଧ୍ୟବାଧକତା ପାଇଁ ଗାନ୍ଧୀଙ୍କୁ ମନେପକାଉଛି BJP'

By

Published : Oct 3, 2021, 8:21 PM IST

ଜୟପୁର:କେବଳ ରାଜନୈତିକ ବାଧ୍ୟବାଧକତା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଉଛି ବିଜେପି । ପୂର୍ବରୁ ଗାନ୍ଧିଜୀଙ୍କ ସେବାକୁ କେନ୍ଦ୍ର ସରକାର ମନେ ପକାଉନଥିବାବେଳେ ହଠାତ ଏପରି କାହିଁକି ମନେ ପକାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ମହାତ୍ମା ଗାନ୍ଧୀଙ୍କୁ ମନେ ପକାଉଥିବା ଅଭିଯୋଗ ଆଣିଛନ୍ତି ଗେହଲଟ ।

ଗାନ୍ଧୀ ଭାବନାରୁ ପ୍ରେରଣା ପାଇ ନିଜ ଭିତରେ ଅହିଂସା ଭାବନା ପ୍ରତିଫଳିତ କରିବାକୁ ସେ ବିଜେପି ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶୀର୍ଷ ନେତାଙ୍କୁ ଅନୁରୋଧ କରିଛନ୍ତି । ଗେହଲଟ RSS ମୁଖ୍ୟ ମୋହନ ଭଗତ, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯଦି ବିଜେପି ଗାନ୍ଧୀଙ୍କୁ ମନେ ପକାଉଛନ୍ତି, ତେବେ ତାଙ୍କ ନୀତି, ଆଦର୍ଶଗୁଡ଼ିକୁ ମଧ୍ୟ ଗ୍ରହଣ କରିବା ଉଚିତ । ଯଦି କେନ୍ଦ୍ରର ଏହି ପ୍ରମୁଖ ନେତା ଏପରି କରନ୍ତି, ତେବେ ଲଭ ଜିହାଦ ଓ ହିନ୍ଦୁତ୍ବ ଭଳି ସମସ୍ୟାର ବିଲୋପ ଘଟିବ ବୋଲି ଗେହଲଟ କହିଛନ୍ତି ।

ରାଜସ୍ଥାନ କଂଗ୍ରେସର ରାଜନୈତିକ ଅସ୍ଥିରତା ସମ୍ପର୍କରେ କରାଯାଇଥିବା ପ୍ରଶ୍ନରେ ଗେହଲଟ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ ସରକାର ଗଠିତ ହୋଇସାରିଛି । ରାଜ୍ୟର ଉନ୍ନତି କ୍ଷେତ୍ରରେ ଦଳ କାମ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ଦଳ ଲୋକଙ୍କ ହିତ ପାଇଁ କାମ କରେ, ଦଳର ଅନ୍ୟ କୌଣସି ବ୍ୟକ୍ତିଗତ ଏଜେଣ୍ଡା ନାହିଁ ବୋଲି କହିଛନ୍ତି ଗେହଲଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details