ଓଡିଶା

odisha

By

Published : Aug 7, 2021, 1:46 PM IST

ETV Bharat / bharat

ୟୁପି ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ; କରିବେ ମାରାଥନ ବୈଠକ

ଆସନ୍ତାବର୍ଷ (୨୦୨୨) ଉତ୍ତର ପ୍ରଦେଶ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବର୍ତ୍ତମାନ ବିଜେପି ୩୦୫ ଆସନ ସହ ଏନଡିଏ ୩୨୫ ସିଟରେ ଜିତି ଶାସନ କରୁଛି । ଅଧିକ ପଢନ୍ତୁ...

JP Nadda
JP Nadda

ଲକ୍ଷ୍ନୌ/ନୂଆଦିଲ୍ଲୀ:ଦେଶର ସର୍ବବୃହତ ରାଜ୍ୟ ଉତ୍ତର ପ୍ରଦେଶରେ ବାଜିଲାଣି ନିର୍ବାଚନୀ ବାଜା । ସଜେଇ ହେଲାଣି ରାଜନୈତିକ ମୈଦାନ । ପ୍ରସ୍ତୁତି ହେଲାଣି ପୋଲିଂ ବୁଥ । ପ୍ରସ୍ତୁତ ହେଲେଣି ନେତା । ଚାଲିଛି ଜିନ୍ଦାବାଦ ନାରା ସହ ସଂଗୀତର ସ୍ବର । ଆଉ ରାଜ୍ୟ ଶାସନ କ୍ଷମତା ଦଖଲ ପାଇଁ ହାତୀ-ହାତ-ସାଇକେଲ ସହ ପଦ୍ମର ହେବ କଡା ଲଢେଇ । ପୁଣି ଥରେ ଦେଶର ସର୍ବବୃହତ ରାଜ୍ୟ ଉତ୍ତର ପ୍ରଦେଶରେ କମ୍ପିବ ଜାତିବାଦ ପରିବାରବାଦ ଓ ବିକାଶବାଦ ରାଜନୀତିର ନାରା ।

ଆସନ୍ତାବର୍ଷ (୨୦୨୨)ରେ ଉତ୍ତର ପ୍ରଦେଶ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବର୍ତ୍ତମାନ ବିଜେପି ୩୦୫ ଆସନ ସହ ଏନଡିଏ ୩୨୫ ସିଟରେ ଜିତି ଶାସନ କରୁଛି । ଅନ୍ୟପଟେ ୟୁପି ଶାସନ କ୍ଷମତାକୁ ଫେରିବାକୁ ପୁଣି ଥରେ ଯୋରଦାର ପ୍ରସ୍ତୁତି କରିଦେଲେଣି ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି । ତେବେ ଏହାରି ଭିତରେ ଆଜି ଠାରୁ ୨ ଦିନିଆ ୟୁପି ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନଡ୍ଡା ଆଜି ସମସ୍ତ ମନ୍ତ୍ରୀଙ୍କ ସହିତ ବୈଠକ କରିବେ । ପରେ ସମସ୍ତ ବିଧାୟକ ସାଂସଦଙ୍କ ସହ ମଧ୍ୟ ରୁଦ୍ଧଦ୍ବାର ବୈଠକ କରିବେ । ଏହାବାଦ ଗସ୍ତ ଅବସରରେ ନଡ୍ଡା ବ୍ଲକ ସଭାପତି, ଜିଲ୍ଲା ସଭାପତି, ମଣ୍ଡଳ ପ୍ରମୁଖ, ସମସ୍ତ ଜିଲ୍ଲା ପ୍ରଭାରୀଙ୍କ ସହ ନିର୍ବାଚନ ପାଇଁ ବୈଠକ କରି ମତାମତ ଲୋଡିବେ । ବିଜେପିର ସମସ୍ତ ଜାତୀୟ ସ୍ତରର ନେତା ମାନେ ଏବେ ୟୁପି ମୁହାଁ ହେଲେଣି । ଅର୍ଥାତ ବିଜେପି ୟୁପି ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ।

ଜେପି ନଡ୍ଡା ଆଜି ଲକ୍ଷ୍ନୌରେ ଆସନ୍ତାକାଲି ଆଗ୍ରା ଗସ୍ତ କରିବେ । ଉଭୟ ଗସ୍ତରେ ସେ ଦଳର ନେତା ମନ୍ତ୍ରୀ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏହି ଗସ୍ତ ଅବସରରେ ସରକାର ଓ ସଂଗଠନ ମଧ୍ୟରେ ଥିବା ସମ୍ପର୍କର ସମୀକ୍ଷା କରିବେ । ଏତତ ବ୍ୟତୀତ ଏକ କୋରୋନା ଯୋଦ୍ଧା ସମ୍ମିଳନୀକୁ ସମ୍ବୋଧିତ କରିବେ ।

ABOUT THE AUTHOR

...view details