କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଅଭିଯୋଗ । ବିଜେପି କାର୍ଯ୍ୟାଳୟ ଜାଳିଲେ ଟିଏମସି କାର୍ଯ୍ୟକର୍ତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଆରାମବାଗରେ । ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।
ପଶ୍ଚିମବଙ୍ଗରେ ଆଜି (ଶନିବାର) ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଚାଲିଛି । ନିର୍ବାଚନରେ ବିପୁଳ ବିଜୟ ଅଭିମୁଖେ ତୃଣମୂଳ କଂଗ୍ରେସ । ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ଏ ଭଳି ସ୍ଥିତିରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗର ଆରାମବାଗରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଟିଏମସି କାର୍ଯ୍ୟକର୍ତ୍ତା । ନିଆଁରେ ବିଜେପି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଜଳିଯାଇଛନ୍ତି । ସେପଟେ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ତୃଣମୂଳ ବିଜୟ ପରେ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା କରିବା ଆରମ୍ଭ ହୋଇଗଲା ବୋଲି ସମ୍ବିତ ଟ୍ବିଟ କରିଛନ୍ତି । ଗଣତନ୍ତ୍ରରେ ବିଜୟ ପରାଜୟ ରହିଥାଏ କିନ୍ତୁ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ଏହା ସହ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ସମ୍ବିତ ପାତ୍ର । ସେପଟେ ଏହି ଘଟଣାକୁ କିନ୍ତୁ ଟିଏମସି ପକ୍ଷରୁ ଖଣ୍ଡନ କରାଯାଇଛି ।