ନୂଆଦିଲ୍ଲୀ:ବସିଲାବିଜେପି ସଂସଦୀୟ ଦଳ ବୈଠକ(BJP Parliamentary Party meeting) । ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବା ଜଣାପଡିଛି ।
BJP ସଂସଦୀୟ ଦଳ ବୈଠକ ଆରମ୍ଭ
ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ(BJP Parliamentary Party meeting) । ପ୍ରଧାନମନ୍ତ୍ରୀ ଉପସ୍ଥିତ ନଥିବା ସୂଚନା । ଅଧିକ ପଢନ୍ତୁ
BJP ସଂସଦୀୟ ଦଳ ବୈଠକ ଅନୁଷ୍ଠିତ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସନୋୱାଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ସମସ୍ତ ରାଜ୍ୟ ଏବଂ ଲୋକସଭା ସାଂସଦମାନଙ୍କୁ ବୈଠକରେ ଯୋଗଦେବାକୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ