ଓଡିଶା

odisha

ଦିଲ୍ଲୀରେ ବିଜେପି ବିଧାୟକ ଟିମ: ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ରେଳମନ୍ତ୍ରୀଙ୍କୁ କଲେ ସାକ୍ଷାତ

ଦିଲ୍ଲୀରେ ବିଜେପି ବିଧାୟକ ଦଳ । ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ରେଳମନ୍ତ୍ରୀଙ୍କୁ କଲେ ସାକ୍ଷାତ । ରେଳ ସେବା ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ସୂଚନା । ଅଧିକ ପଢନ୍ତୁ

By

Published : Jun 26, 2022, 10:50 PM IST

Published : Jun 26, 2022, 10:50 PM IST

ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେପି ବିଧାୟକ ଟିମ
ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେପି ବିଧାୟକ ଟିମ

ନୂଆଦିଲ୍ଲୀ: ସମ୍ବଲପୁର ବିଧାୟକ ଜୟ ନାରାୟଣଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ଦିଲ୍ଲୀ ଗସ୍ତରେ ଥିବା ଓଡିଶା ବିଜେପି ବିଧାୟକଗଣ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଥିବା ରାଜ୍ୟ ବିଜେପି ବିଧାୟକମାନେ ଗତକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗତକାଲିର କାର୍ଯ୍ୟକ୍ରମ ପରେ ନିଜ ନିଜ ଅଞ୍ଚଳର ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତୃମଣ୍ଡଳୀଙ୍କୁ ବିଧାୟକମାନେ ସାକ୍ଷାତ କରିଛନ୍ତି ।

ଦିଲ୍ଲୀରେ ବିଜେପି ବିଧାୟକ ଟିମ: ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ରେଳମନ୍ତ୍ରୀଙ୍କୁ କଲେ ସାକ୍ଷାତ

ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକଗଣ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି । ବହୁ ସମୟ ଧରି ହୋଇଥିବା ଆଲୋଚନାରେ ସମସ୍ତ ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟା, ଦାବି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା, ଆଲୋଚନା କରିଥିବା ସମ୍ବଲପୁର ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେପି ବିଧାୟକ ଟିମ

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ଅନ୍ୟ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଥିବା ରେଳସେବା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଦାବିଗୁଡ଼ିକ ଉପସ୍ଥାପନ କରିଥିଲେ ।

ରେଳ ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ କୁସୁମ ଟେଟେ, ମୋହନ ମାଝୀ, ନାଉରି ନାଏକ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବ ଚରଣ ମାଝୀ, ଜୟନ୍ତ କୁମାର ଷଡଙ୍ଗୀ, ବିଧାନ ମୁର୍ମୁ, ପ୍ରକାଶ ସରେନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details