ମୁମ୍ବାଇ:ମହାରାଷ୍ଟ୍ରରେ ମହାଡ୍ରାମା ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଏହାରି ମଧ୍ୟରେ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ସେ ଅଭିଯୋଗ କରିଛନ୍ତି ଯେ ବିଜେପିର ଜଣେ କେନ୍ଦ୍ରୀମନ୍ତ୍ରୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଧମକ ଦେଉଛନ୍ତି । ଏନେଇ ଉଦେବଗ ପ୍ରକାଶ କରିବା ସହ ସଞ୍ଜୟ ରାଉତ ଟ୍ବିଟ କରି ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ।
ଶରଦ ପାଓ୍ବାରଙ୍କୁ ଧମକ ଦେଉଛନ୍ତି BJP କେନ୍ଦ୍ରମନ୍ତ୍ରୀ: ସଞ୍ଜୟ ରାଉତ - ମହାରାଷ୍ଟ୍ରରେ ମହାଡ୍ରାମା
ବିଜେପିର ଜଣେ କେନ୍ଦ୍ରୀ ମନ୍ତ୍ରୀ NCP ମୁଖ୍ୟ ଶରଦ ପାୱାରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଲେ ଶିବସେନା ସେନା ସଞ୍ଜୟ ରାଉତ । ଅଧିକ ପଢନ୍ତୁ
ସେ ଟ୍ବିଟ କରି କହିଛନ୍ତି ଯେ, "ଯଦି ଶରତ ପାଓ୍ବାର ଶିବସେନା ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଘରେ ପହଞ୍ଚାଇବାକୁ ଦିଆଯିବ ନାହିଁ । ରାସ୍ତାରେ ଯିବା ସମୟରେ ଅବରୋଧ କରାଯିବ ବୋଲି ଜଣେ ବିଜେପି ନେତା ଧମକ ଦେଇଥିବା କହିଛନ୍ତି ସଞ୍ଜୟ ।" ତେବେ ଶରଦ ପାଓ୍ବାରଙ୍କ ବିରୋଧରେ ଏପରି ମନ୍ତବ୍ୟକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ମରାଠିରେ ଟ୍ବିଟ କରାଯାଇଥିବା ବେଳେ PMOକୁ ମଧ୍ୟ ଟ୍ୟାଗ କରାଯାଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ମତ ରଖିଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ତେବେ ଏହି ଧମକ ପଛରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମର୍ଥନ ଥିବା ନେଇ ସେ ମଧ୍ୟ ପ୍ରଶ୍ନ କରିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୨ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ।