ପାଟନା:"ଭାରତରେ ଯେଉଁ ଶାନ୍ତି ବଜାୟ ରହିଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସମ୍ଭବ ହୋଇଛି । ଆପଣ ଯଦି ଜୀବିତ ରହିଛନ୍ତି ତାହା କେବଳ ମୋଦିଙ୍କ ଦାନ" । ବିହାରର ମୁଜ୍ଜାଫରପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଭଳି ବୟାନ ଦେଇଛନ୍ତି ବିହାର ମନ୍ତ୍ରୀ ରାମସୁରତ ରାୟ (BJP Minister Ramsurat Rai Statement on PM Narendra Modi) । ବିଜେପିର ୨ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ମନ୍ତବ୍ୟ ଦେଇଥିବା ବେଳେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଦଳ ଲଗାତାର ଭାବେ ବିକାଶମୂଳକ କାର୍ଯ୍ୟ ଜାରି ରଖିଥିବା ବେଳେ କୋରୋନା ମହାମାରୀ ଏଥିରେ ସାମାନ୍ୟ ବାଧକ ସାଜିଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣରେ ଆସିବା ପରେ ମୋଦି ସରକାର ପୁଣି ଏହି କାର୍ଯ୍ୟ ଜାରି ରଖିଛନ୍ତି । ରାମସୁରତ କାର୍ଯ୍ୟକ୍ରମରେ ଏହା ମଧ୍ୟ କହିଛନ୍ତି ଯେ, " କୋରୋନା ପାଇଁ ଦେଶରେ କିଛି ଯୋଜନା ବାଧାପ୍ରାପ୍ତ ହୋଇଥିଲା । ଅନ୍ୟ ଦେଶର ସ୍ଥିତି ମଧ୍ୟ ଶୋଚନୀୟ । ଆପଣ ପାକିସ୍ତାନର ଅବସ୍ଥା ଟିଭିରେ ମଧ୍ୟ ଦେଖିଛନ୍ତି ।