ଓଡିଶା

odisha

ETV Bharat / bharat

BJP ନେତା ତଜିନ୍ଦରପାଲ ସିଂ ବାଗା ଗିରଫ, କେଜ୍ରିୱାଲଙ୍କୁ ଦେଇଥିଲେ ଧମକ - ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫ

ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫ । ଆଜି ପଞ୍ଜାବ ପୋଲିସ ଦିଲ୍ଲୀ ବାସଭବନରୁ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

BJP ନେତା ତଜିନ୍ଦରପାଲ ସିଂ ବାଗା ଗିରଫ
BJP ନେତା ତଜିନ୍ଦରପାଲ ସିଂ ବାଗା ଗିରଫBJP ନେତା ତଜିନ୍ଦରପାଲ ସିଂ ବାଗା ଗିରଫ

By

Published : May 6, 2022, 10:30 AM IST

Updated : May 6, 2022, 11:08 AM IST

ଚଣ୍ଡିଗଡ:ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫ । ଆଜି ପଞ୍ଜାବ ପୋଲିସ ଦିଲ୍ଲୀ ବାସଭବନରୁ ତାଙ୍କୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ବନ୍ଧା ହୋଇଛନ୍ତି ତଜିନ୍ଦରପାଲ ସିଂ ବାଗା । 50ରୁ ଅଧିକ ପୋଲିସ ଅଧିକାରୀ ତାଙ୍କୁ ଗିରଫ କରିବାକୁ ଆସିଥିବା ଦେଖିବାକୁ ମିଳିଛି । ତଜିନ୍ଦରପାଲ ସିଂଙ୍କ ନାମରେ ସାଇବର ସେଲ ମାମଲା ରୁଜ୍ଜୁ ହୋଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ନେତା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଘେରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ ଏବଂ ସମାଜକୁ ଧର୍ମ ଓ ଜାତି ଆଧାରରେ ଭାଗ କରିବାକୁ ଉଦ୍ୟମ କରିଥିଲେ ।

ଘଟଣାକୁ ନେଇ ତାତିଲେ BJP ନେତା...

ବିଜେପି ନେତା କପିଲ ମିଶ୍ରା ଟ୍ବିଟ କରି କହିଛନ୍ତି ତଜିନ୍ଦରପାଲ ସିଂଙ୍କୁ ପଞ୍ଜାବର 50 ଜଣ ପୋଲିସ ତାଙ୍କ ଘରୁ ତାଙ୍କୁ ଗିରଫ କରିଛନ୍ତି । ତଜିନ୍ଦରପାଲ ସିଂ ଜଣେ ସଚ୍ଚୋଟ ବ୍ୟକ୍ତି । ଜଣେ ସଚ୍ଚୋଟ ସର୍ଦ୍ଦାରଙ୍କ ସହ ଏପରି ବ୍ୟବହାର କରି ତାଙ୍କୁ ଭୟଭୀତ କରାଯାଇ ପାରିବ ନାହିଁ । ଜଣେ ସଚ୍ଚୋଟ ସର୍ଦ୍ଦାରଙ୍କୁ ଏତେ ଭୟ କାହିଁକି ।

ସେହିପରି ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର କପୁର କହିଛନ୍ତି, ‘ଏହା ଅତ୍ୟନ୍ତ ନିନ୍ଦନୀୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ତାଙ୍କ ଦଳକୁ ମିଳିଥିବା ପାୱାର ବ୍ୟବହାର କରୁଛନ୍ତି । ବିରୋଧୀଙ୍କୁ ଭୟଭୀତ କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀର ସମସ୍ତ ନାଗରିକ ତଜିନ୍ଦରପାଲଙ୍କ ଏପରି ସଙ୍କଟରେ ତାଙ୍କ ସହିତ ଅଛି’ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ।

ସେପଟେ ଆମ ଆଦମି ପାର୍ଟି ବିଧାୟକ ନରେଶ ବାଲିୟାନ ବିଜେପିକୁ ଏକ ଲଫଙ୍ଗା ଦଳ କହିଛି । ସେ କହିଛନ୍ତି, ତଜିନ୍ଦରପାଲଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ତଜିନ୍ଦରପାଲ କେଜ୍ରିୱାଲଙ୍କୁ ବଞ୍ଚିବାକୁ ଦେବେନାହିଁ ବୋଲି ଧମକ ଦେଇଥିବା ଦାବି କରିଛନ୍ତି ବିଧାୟକ ନରେଶ ବାଲିୟାନ ।

କଣ ଥିବା ପୂରା ଘଟଣା...

କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଦ କାଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଅରବିନ୍ଦ କେଜ୍ରିୱାଲ ଦେଇଥିବା ଟିପ୍ପଣୀ ପରେ ତାଙ୍କୁ ଟାର୍ଗେଟ କରାଯାଇଥିଲା । ତଜିନ୍ଦରପାଲ ସିଂ କେଜ୍ରିୱାଲଙ୍କୁ କାଶ୍ମୀର ପଣ୍ଡିତଙ୍କ ବିରୋଧୀ ବୋଲି କହିଥିଲେ । ଏହାପରେ ପଞ୍ଜାବ ପୋଲିସ ତାଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା ।

ଆଜି ଦିଲ୍ଲୀରୁ ତଜିନ୍ଦରପାଲଙ୍କ ବାସଭବନରୁ ତାଙ୍କୁ ଗିରଫ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ଦେଇଥିବା ନେଇ ପୋଲିସ ଅଧିକାରୀ ଆମ ଘରକୁ ଆସି କହିଥିବା କହିଛନ୍ତି ତଜିନ୍ଦରପାଲଙ୍କ ବାପା । ଦିଲ୍ଲୀ ପୋଲିସକୁ ଏ ନେଇ କୌଣସି ଖବର ନଥିଲା । ବର୍ତ୍ତମାନ ଜଣେ ଡିସିପି ଏଠାରେ ଥିବା କହିଛନ୍ତି ତଜିନ୍ଦରପାଲଙ୍କ ବାପା ପ୍ରୀତପାଲ ସିଂ ବାଗା ।

10ରୁ 15 ଜଣ ପୋଲିସ ମୋ ପୁଅକୁ ଘରୁ ବାହାରକୁ ନେଇଗଲେ । ମୁଁ ଯେତେବେଳେ ମୋ ଫୋନରେ ଘଟଣାର ଦୃଶ୍ୟ ସୁଟିଙ୍ଗ କରିବାକୁ ବାହାରିଲି ସେମାନେ ମୋତେ ଅନ୍ୟ ଏକ ଘରକୁ ନେଇ ମୋ ମୁହଁକୁ ମୁଥା ମାରିଲେ ବୋଲି କହିଛନ୍ତି ତଜିନ୍ଦରପାଲଙ୍କ ବାପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2022, 11:08 AM IST

ABOUT THE AUTHOR

...view details