ଚଣ୍ଡିଗଡ଼: ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗାଙ୍କ ଗିରଫଦାରୀକୁ ନେଇ ବିବାଦ ଲାଗି ରହିଛି । ଏବେ ତାଜିନ୍ଦର ବାଗାଙ୍କ ବିରୋଧରେ ମୋହାଲି କୋର୍ଟ ଆଉ ଏକ ୱାରେଣ୍ଟ ଜାରି କରିଛନ୍ତି । ତାଜିନ୍ଦର ବାଗାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ପୋଲିସକୁ ଏକ ମୋହାଲି କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପଞ୍ଜାବ ପୋଲିସ ଆଇପିସିର ଧାରା 153A, 505, 505 (2) ଏବଂ 506 ଅନୁଯାୟୀ ତାଜିନ୍ଦର ବାଗାଙ୍କ ବିରୋଧରେ ଏତଲା ପଞ୍ଜୀକରଣ କରିଛି । ଅନ୍ୟପଟେ ପଞ୍ଜାବ ସରକାର ଆଜି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଦୁଇଟି ପିଟିସନ ଦାଖଲ କରିଛନ୍ତି । ମେ’10 ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବା ନେଇ ତାରିଖ ସ୍ଥିର ହୋଇଛି ।
Tajinder Pal Bagga case: ମୋହାଲି କୋର୍ଟ ଜାରି କଲେ ଆରେଷ୍ଟ ଓ୍ବାରେଣ୍ଟ, ମଙ୍ଗଳବାର ଯାଏଁ ସ୍ଥଗିତ ଶୁଣାଣି ରଖିଲେ ହାଇକୋର୍ଟ - ବିଜେପି ନେତା ଗିରଫ ଘଟଣା
ବିଜେପି ନେତା ତାଜିନ୍ଦର ସିଂ ବାଗା ଗିରଫଦାରୀ ମାମଲାର ମୋହାଲି କୋର୍ଟ ଏକ ନୂତନ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ହାଇକୋର୍ଟରେ ଦାଏର ହୋଇଥିବା ମାମଲାର ଶୁଣାଣି (ମଙ୍ଗଳବାର) ମେ’ 10କୁ ସ୍ଥଗିତ । ଗତକାଲି ଓ ଆଜି ଶୁଣାଣି ପରେ ମଧ୍ୟ ପ୍ରକାଶ ପାଇପାରିଲାନି ରାୟ । ଅଧିକ ପଢନ୍ତୁ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗତକାଲି (ଶୁକ୍ରବାର) ପଞ୍ଜାବ ପୋଲିସର ଏକ ଟିମ ତଜିନ୍ଦରପାଲ ସିଂ ବାଗାଙ୍କୁ ଦିଲ୍ଲୀରୁ ଗିରଫ କରି ମୋହାଲି ନେଉଥିବାବେଳେ କୁରୁକ୍ଷେତ୍ରରେ ବାଧା ଦେଇଥିଲା ହରିୟାଣା ପୋଲିସ । ପରେ ପୁଣି ତାଙ୍କୁ ପୁନଃ ଦିଲ୍ଲୀ ଅଣାଯାଇଥିଲା । ଏପରି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ବିରୋଧୀ ଓ କ୍ଷମତାର ଅପବ୍ୟବହାର ବୋଲି ବିଜେପି ଦର୍ଶାଇ ବିଜେପି ନିନ୍ଦା କରିବା ସହ ପଞ୍ଜାବରେ କ୍ଷମତାସୀନ ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦାୟୀ କରିଛି । ତେବେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ