ଓଡିଶା

odisha

Agnipath Scheme: ବିଜୟବର୍ଗୀୟ କହିଲେ ବିଜେପି ଅଫିସ ଜଗିବାକୁ ଅଗ୍ନିବୀରଙ୍କୁ ମିଳିବ ପ୍ରାଥମିକତା

ଅଗ୍ନିପଥ ଯୋଜନାକୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ । ସାରା ଦେଶରେ ଏହି ନୂଆ ଯୋଜନାକୁ ନେଇ ଆକ୍ରୋଶର ନିଆଁ ଜଳୁଥିବାବେଳେ, ସେଥିରେ ଘିଅ ଢାଳିଛନ୍ତି ବିଜେପି ନେତା କୈଳାସ ବିଜୟବର୍ଗୀୟ (Kailash Vijayvargiya) । ଅଧିକ ପଢନ୍ତୁ

By

Published : Jun 20, 2022, 11:14 AM IST

Published : Jun 20, 2022, 11:14 AM IST

Updated : Jun 20, 2022, 12:14 PM IST

bjp leader kailash vijayvargiya
bjp leader kailash vijayvargiya

ଭୋପାଳ: ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି BJP ନେତା ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଥିବାବେଳେ, ସେଥିରେ ଘିଅ ଢାଳିଛନ୍ତି ବିଜେପି ନେତା କୈଳାସ ବିଜୟବର୍ଗୀୟ (kailash vijayvargiya on Agneepath Scheme) । ସେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ରଖିବାକୁ ଚାହିଁଲେ ଅଗ୍ନିବୀରଙ୍କୁ ପ୍ରାଥମିକତା ଦେବେ । ଏହି ବୟାନ ପରେ ବିଭିନ୍ନ ମହଲରୁ ବିଜୟବର୍ଗୀୟଙ୍କୁ ସମାଲୋଚନା କରାଯାଇଛି ।

ଏ ନେଇ ଟ୍ବିଟ କରି ବରୁଣ ଗାନ୍ଧୀ କଡା ସମାଲୋଚନା କରିଛନ୍ତି । କହିଛନ୍ତି, ''ଯେଉଁ ମହାନ ସେନା ବୀରଙ୍କ ଗାଥା କହିବାକୁ ଶଦ୍ଦକୋଶ ଅସମର୍ଥ, ଯାହାଙ୍କ ପରାକ୍ରମର ଗାଥା ସମଗ୍ର ବିଶ୍ବରେ ଗୁଞ୍ଜରିତ ହୁଏ, ସେହି ଭାରତୀୟ ସେନାଙ୍କୁ ରାଜନୈତିକ କାର୍ଯ୍ୟାଳୟରେ ଚୌକିଦାର କରିବାକୁ ଯୋଜନା କରୁଛି । ଭାରତୀୟ ସେନା ମାଆ ଭାରତୀଙ୍କ ସେବାର ମାଧମ ଏହା କେବଳ ଏକ ଚାକିରି ନୁହେଁ ବୋଲି କହିଛନ୍ତି ବରୁଣ ଗାନ୍ଧୀ ।

ଭଜପା ଅଫିସ ଜଗିବେ ଅଗ୍ନିବୀର କହିଲେ କୈଳାସ ବିଜୟଭାର୍ଗୀୟ

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାକୁ ସମାଲୋଚନ କରିଛନ୍ତି । କେଜ୍ରିୱାଲ କହିଛନ୍ତି, ''ଦେଶର ଯୁବପିଢି ଓ ସେନା ଯବାନମାନଙ୍କୁ ଅପମାନିତ କରନାହିଁ । ସେମାନେ କଠିନ ପରିଶ୍ରମ କରି ଶାରୀରିକ ଓ ଲିଖିତ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଉଛନ୍ତି । କାରଣ ସେନାରେ ଭର୍ତ୍ତି ହୋଇ ସାରାଜୀବନ ଦେଶସେବା କରିବାକୁ ଚାହାନ୍ତି । ଭାଜପା କାର୍ଯ୍ୟାଳୟରେ ଚୌକିଦାର କରିବାକୁ ନୁହେଁ ।"

ମନ୍ତବ୍ୟକୁ ନେଇ ସମାଲୋଚିତ ହେବା ପରେ ନିଜ ପକ୍ଷ ରଖିଛନ୍ତି କୈଳାସ ବିଜୟବର୍ଗୀୟ । ସେ କହିଛନ୍ତି, ''ଅଗ୍ନିପଥ ଯୋଜନାରେ ସମସ୍ତ ଅଗ୍ନିବୀର ନିଶ୍ଚିତ ଭାବେ ପ୍ରଶିକ୍ଷିତ ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧ ହେବେ । ସେନାରେ ସେବାକାଳ ପୂରଣ କରିବାପରେ ସେମାନେ ଯେକୌଣସି କ୍ଷେତ୍ରକୁ ଯିବେ ସେଠାରେ ତାଙ୍କର ଉର୍କୃଷ୍ଠତାର ଉପଯୋଗ କରିବେ ।'' ମୋର କହିବାର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ବୋଲି କହିଛନ୍ତି କୈଳାସ ବିଜୟବର୍ଗୀୟ ।

Last Updated : Jun 20, 2022, 12:14 PM IST

ABOUT THE AUTHOR

...view details