ଶିମଲା:ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମୈଦାନରେ ଏଥର ରହିଛନ୍ତି ୪ଜଣ ଏଲୋପାଥି ଓ ଦୁଇଜଣ ଆୟୁର୍ବେଦିକ ଡାକ୍ତର । ହିମାଚଳର ବିଖ୍ୟାତ ନ୍ୟୁରୋ ସର୍ଜନ ଡାକ୍ତର ଜନକ ରାଜ (Neuro Surgeon Dr Janak Raj) ବିଜେପି ଟିକେଟରେ ଚମ୍ବାର ଭରମୋର ବିଧାନସଭା ଆସନରୁ(Bharmour assembly seat) ନିର୍ବାଚନ ଲଢୁଛନ୍ତି । ପ୍ରଚାର ପାଇଁ ଡାକ୍ତର ରାଜ ଭରମୋରର ବନ୍ଦଲା ଅଞ୍ଚଳରେ ଥିବାବେଳେ କିଛି ଏପରି କରିଛନ୍ତି ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତର ରାଜ ନିଜ ପାଇଁ ଭୋଟ ମାଗୁଥିବାବେଳେ, ଜଣେ ବରିଷ୍ଠ ମହିଳାା ନିଜର ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ନେଇ ତାଙ୍କଠାରୁ ଉପଚାର ପାଇଁ ପରାମର୍ଶ ମାଗିଥିଲେ ।
ସାଧାରଣତଃ ରାଜନେତାମାନେ ନିର୍ବାଚନ ସମୟରେ ପ୍ରଚାର ଉପରେ ବେଶୀ ଗୁରୁତ୍ବ ଦିଅନ୍ତି । ତେବେ ଡାକ୍ତର ଜନକରାଜ ସେଠାରେ ଯାହା କରିଥିଲେ, ସେଥିରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଡାକ୍ତର ଜନକରାଜ ସେଠାରେ ମହିଳାଙ୍କର କିଛି ସାଧାରଣ ଯାଞ୍ଚ କରିଥିଲେ ଓ ପରେ ପିଠିର ଏମାଆରଆଇ(MRI) କରିବା ଜରୁରୀ ବୋଲି କହିଥିଲେ । ଏହି ସମୟରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଥିଲେ (Himachal pradesh assembly election 2022) । ଚିକିତ୍ସା ପାଇଁ କିଛି ଉପକରଣର ଆବଶ୍ୟକତା ରହିଥାଏ, ମାତ୍ର ଏହାର ଉପଲବ୍ଧତା ନଥିବାରୁ ଡାକ୍ତର ରାଜ ନିଜର ମୋବାଇଲରେ ବରିଷ୍ଠ ମହିଳାଜଣଙ୍କର ଗୋଡ ଏବଂ ହାତ ପରୀକ୍ଷା କରିଥିଲେ । ପରେ କିଛି ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ପ୍ରେସ୍କିପସନରେ ଲେଖିଥିଲେ ଓ ଏମଆରଆଇ କରିବାକୁ କହିଥିଲେ । ମହିଳା ଜଣଙ୍କ ସାଥିରେ ଥିବା ପରିବାର ସଦସ୍ୟ ଡାକ୍ତର ଜନକ ରାଜଙ୍କ ଠାରୁ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ନେଇଥିଲେ । ମହିଳାଙ୍କ ଚିକିତ୍ସା କାଙ୍ଗଡାର ଡାକ୍ତର ରାଜେନ୍ଦ୍ର ପ୍ରସାଦ ମେଡିକାଲ କଲେଜରେ ହେଉଛି ।