ଓଡିଶା

odisha

ETV Bharat / bharat

କଂଗ୍ରେସ ବିରୋଧରେ ବିଜେପିର ବଡ ଅଭିଯୋଗ, CWC ବୈଠକରେ ସର୍ଦ୍ଦାର ପଟେଲଙ୍କ ଅପମାନ - sardar patel

କଂଗ୍ରେସ ବିରୋଧରେ ବଡ ଅଭିଯୋଗ ଆଣିଛି ବିଜେପି । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସର୍ଦ୍ଦାର ପଟେଲଙ୍କ ବିରୋଧରେ ଅପଶବ୍ଦ କୁହାଯିବା ସହିତ ତାଙ୍କୁ ମହମଦ ଅଲ୍ଲି ଜିନ୍ନାଙ୍କ ସହ ତୁଳନା କରାଯାଇଥିବା ବିଜେପି ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସ ବିରୋଧରେ ବିଜେପିର ବଡ ଅଭିଯୋଗ, CWC ବୈଠକରେ ସର୍ଦ୍ଦାର ପଟେଲଙ୍କ ଅପମାନ
କଂଗ୍ରେସ ବିରୋଧରେ ବିଜେପିର ବଡ ଅଭିଯୋଗ, CWC ବୈଠକରେ ସର୍ଦ୍ଦାର ପଟେଲଙ୍କ ଅପମାନ

By

Published : Oct 18, 2021, 4:58 PM IST

ନୂଆଦିଲ୍ଲୀ: ସାବରକରଙ୍କ ପରେ ସର୍ଦ୍ଦାର ପଟେଲଙ୍କୁ ନେଇ ରାଜନୀତିର ଝଡ ମୁଣ୍ଡ ଟେକିବାକୁ ଲାଗିଛି । କଂଗ୍ରେସ ବିରୋଧରେ ବଡ ଅଭିଯୋଗ ଆଣିଛି ବିଜେପି । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସର୍ଦ୍ଦାର ପଟେଲଙ୍କ ବିରୋଧରେ ଅପଶବ୍ଦ କୁହାଯିବା ସହିତ ତାଙ୍କୁ ଜିନ୍ନାଙ୍କ ସହ ତୁଳନା କରାଯାଇଥିବା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି, ବିରୋଧୀ ଭ୍ରମ ସୃଷ୍ଟି କରୁଛନ୍ତି । ଜମ୍ମୁ କାଶ୍ମୀର ଭଳି ସମ୍ବେଦନଶୀଳ ବିଷୟରେ ବିରୋଧୀ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି । ବିଜେପିର ଦାବି ଅନୁଯାୟୀ, କଂଗ୍ରେସ କାର୍ଯ୍ୟକାରିଣୀ(CWC) ବୈଠକରେ ତାରିଫ ହାମିଦ କାରା କହିଛନ୍ତି, ନେହେରୁ ହିଁ ଜମ୍ମୁ କାଶ୍ମୀରକୁ ଭାରତରେ ସାମିଲ କରାଇଥିବାବେଳେ ପଟେଲ ଜିନ୍ନାଙ୍କ ସହ ମିଶି କାଶ୍ମୀରକୁ ଭାରତରୁ ଅଲଗା ରଖିବାକୁ ପ୍ରୟାସ କରିଥିଲେ ।

ଯେତେବେଳେ CWC ବୈଠକରେ ସର୍ଦ୍ଦାର ପଟେଲଙ୍କୁ ଜଣେ ଗୁଣ୍ଡା ରୂପରେ ଦର୍ଶାଯାଉଥିଲା ସେତେବେଳେ କଣ ସୋନିଆ ଗାନ୍ଧୀ ନିରବ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, କଂଗ୍ରେସରେ ଚାଟୁକାରିତା ରହିଆସିଛି । ଗୋଟିଏ ପରିବାର ହିଁ ସବୁକିଛି କରିଛି ଆଉ ବାକି ସବୁ କିଛି କରିନାହାଁନ୍ତି । କଂଗ୍ରେସ ସର୍ଦ୍ଦାର ପଟେଲଙ୍କୁ ଜିନ୍ନା ସହ ଯୋଡି ପାପ କରିଥିବା କହିଛନ୍ତି ପାତ୍ର ।

ABOUT THE AUTHOR

...view details