ଓଡିଶା

odisha

ETV Bharat / bharat

୫-୧୨ ବର୍ଷ ବର୍ଗ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଲା କୋର୍ବେଭାକ୍ସ - କୋର୍ବେଭ୍ୟାକ୍ସକୁ ଅନିମତି ଆବେଦନ

୫ ରୁ ୧୨ ବର୍ଷ ବର୍ଗ ପାଇଁ ଜରୁରୀକଳୀନ ବ୍ୟବହାର ଅନୁମତି ମାଗିଲା ଅନ୍ୟତମ ଭାରତୀୟ କୋର୍ବେଭାକ୍ସ । ସରକାରୀ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

୫ ରୁ ୧୨ ବର୍ଷ ବର୍ଗ ପାଇଁ ଜରୁରୀକଳୀନ ବ୍ୟବହାର ଅନୁମତି ମାଗିଲା କୋର୍ବେଭାକ୍ସ
୫ ରୁ ୧୨ ବର୍ଷ ବର୍ଗ ପାଇଁ ଜରୁରୀକଳୀନ ବ୍ୟବହାର ଅନୁମତି ମାଗିଲା କୋର୍ବେଭାକ୍ସ

By

Published : Mar 9, 2022, 12:49 PM IST

ହାଇଦ୍ରାବାଦ:୫ ରୁ ୧୨ ବର୍ଷ ବୟସ୍କଙ୍କ ଠାରେ ବ୍ୟବହାର କରିବା ଜରୁରୀକାଳୀନ ବ୍ୟବହାର (EUA) ଅନୁମତି ମାଗିଲା ହାଇଦ୍ରାବାଦ ସ୍ଥିତ ଅନ୍ୟତମ ସ୍ବଦେଶୀ କୋଭିଡ ଟିକା ଉତ୍ପାଦନକାରୀ ସଂସ୍ଥା ବାୟୋଲୋଜିକାଲ-ଇ (Biological E ) । ସଂସ୍ଥା ଦ୍ବାରା ବିକଶିତ ହୋଇଥିବା କୋଭିଡ ଟୀକା କୋର୍ବେଭାକ୍ସ (Corbevax)କୁ ଏହି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ବ୍ୟବହାରିକ ଅନୁମତି ପ୍ରଦାନ କରିବା ପାଇଁ ସଂସ୍ଥା DCGIଙ୍କୁ ଆବେଦନ କରିଛି । ଏହି ବର୍ଗ ପାଇଁ କରାଯାଇଥିବା ଏକାଧିକ ପର୍ଯ୍ୟାୟର ଟ୍ରାଏଲ ରିପୋର୍ଟକୁ ମଧ୍ୟ ବିଶେଷଜ୍ଞ କମିଟି (Subject Expert Committee) ନିକଟରେ ସଂସ୍ଥା ଦାଖଲ କରିଛି ।

ଗତ କିଛି ଦିନ ତଳେ ଏହି ଟିକାକୁ ୧୨-୧୮ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହ ଅନୁମତି ପ୍ରଦାନ କରାଯାଇ ସରିଛି । ଏହି ସ୍ବଦେଶୀ ପ୍ରସ୍ତୁତ ଭାକ୍ସସିନର ବଜାର ମୂଲ୍ୟ ଡୋଜ ପ୍ରତି ୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଏହାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବା ପରେ କେନ୍ଦ୍ର ସରକାର ପକ୍ଷରୁ ମଧ୍ୟ ୫ କୋଟି ଡୋଜ କଣିବା ପାଇଁ କମ୍ପାନୀ ସହ ଡିଲ କରିଛନ୍ତି । ଏବେ ଜାରି ରହିଥିବା ଛାତ୍ରଛାତ୍ରୀଙ୍କ ଟୀକାକରଣ ଡ୍ରାଇଭ ଅଧୀନରେ ଏହି ଟୀକାକୁ ବିଭିନ୍ନ ରାଜ୍ୟକୁ ଯୋଗାଇ ଦେବେ କେନ୍ଦ୍ର ସରକାର ।

ତେବେ ଗତବର୍ଷ ସେପ୍ଟେମ୍ବରରେ ସଂସ୍ଥା ପକ୍ଷରୁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ଏହାର ବଜାର ପ୍ରବେଶ ନେଇ ଆବେଦନ କରାଯାଇଥିଲା । ଟ୍ରାଏଲର ରିପୋର୍ଟ ଅନୁଧ୍ୟାନ ପରେ ୧୨- ୧୮ ବର୍ଷ ବୟସ୍କଙ୍କ ପାଇଁ ଏହାକୁ ଜରୁରୀକାଳୀନ ବ୍ୟବହାରିକ ଅନୁମତି ପ୍ରଦାନ କରାଯାଇଥିଲା ।

ANI

ABOUT THE AUTHOR

...view details