ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: ମତଦାନ ପାଇଁ ଅସ୍ଥାୟୀ କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

ବିହାର ବିଧାନସଭା ନିର୍ବାଚନରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ । ହେଲେ ଏଥିପାଇଁ ଅସ୍ଥାୟୀ କାଠ ପୋଲରେ ନଦୀ ଅତିକ୍ରମ କରି ମତଦାନ ପାଇଁ ଆସୁଛନ୍ତି ମତଦାତା । ଅଧିକ ପଢନ୍ତୁ...

By

Published : Nov 7, 2020, 3:53 PM IST

BiharElections2020:
ବିହାର ନିର୍ବାଚନ: ମତଦାନ ପାଇଁ ଅସ୍ଥାୟୀ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ହେଲେ ଏଥିପାଇଁ ଅସ୍ଥାୟୀ କାଠ ପୋଲରେ ନଦୀ ଅତିକ୍ରମ କରି ମତଦାନ ପାଇଁ ଆସୁଛନ୍ତି ମତଦାତା । ଏ ଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଜିଲ୍ଲାରେ ।

ବିହାର ନିର୍ବାଚନ: ମତଦାନ ପାଇଁ ଅସ୍ଥାୟୀ କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

ସୂଚନା ଥାଉକି ବିହାରର ଦରଭଙ୍ଗା ଜିଲ୍ଲାର ଏକ ଗାଁରେ ପୋଲିଂ ଷ୍ଟେସନ ବା ମତଦାନ କେନ୍ଦ୍ରକୁ ଯିବା ପାଇଁ କୌଣସି ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି । ଆମେ ଭୋଟ ଦେବା ପାଇଁ ଏହି ପୋଲି ନିର୍ମାଣ କରିଛୁ ବୋଲି ଗ୍ରାମବାସୀ କହିଛନ୍ତି ।

ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏହି ପର୍ଯ୍ୟାୟରେ ମୋଟ 15 ଜିଲ୍ଲାର 78 ଆସନରେ ଭୋଟ ଗ୍ରହଣ କରାଯାଉଛି । ମୋଟ 2.34 କୋଟି ମତଦାତା ନିଜର ମତଦାନ କରୁଛନ୍ତି । ଆସନ୍ତା 10 ତାରିଖରେ ଭୋଟ ଫଳାଫଳ ଘୋଷଣା କରାଯିବ ।

@ANI

ABOUT THE AUTHOR

...view details