ଓଡିଶା

odisha

By ETV Bharat Odisha Team

Published : Oct 12, 2023, 6:47 AM IST

Updated : Oct 12, 2023, 7:04 AM IST

ETV Bharat / bharat

Bihar Train Accident: ବିହାରରେ ବଡ ଟ୍ରେନ ଦୁର୍ଘଟଣା, ୪ ମୃତ ଓ ୫୦ରୁ ଅଧିକ ଆହତ

ବିହାରର ବକ୍ସରରେ ବଡ ଧରଣର ଟ୍ରେନ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ । ଅଧିକ ପଢନ୍ତୁ

ବିହାରରେ ବଡ ଟ୍ରେନ ଦୁର୍ଘଟଣା
ବିହାରରେ ବଡ ଟ୍ରେନ ଦୁର୍ଘଟଣା

ପାଟନା: ବିହାରର ବକ୍ସରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଯିବାରୁ ଏଥିରେ ୪ ଜଣଙ୍କ ଜୀବନ ଯାଇଛି ଏବଂ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ପାଟନା ଏମ୍ସ ସ୍ଥାନାନ୍ତର କରାଯାଇଛି । ବୁଧବାର ରାତି ପାଖାପାଖି ୯ଟା ୩୫ ମିନିଟ୍ ସମୟରେ ରଘୁନାଥପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଏହି ଟ୍ରେନ ଦିଲ୍ଲୀରୁ ଆସାମର କାମାକ୍ଷାକୁ ଯାଉଥିଲା । ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

ସୂଚନା ମୁତାବକ, ଟ୍ରେନ ନମ୍ବର ୧୨୫୦୬ ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସ ରାତି ୭ଟା ୪୦ରେ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ବାହାରି ଆସାମ ଅଭିମୁଖେ ଯାଉଥିଲା । ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏନେଇ ଇଷ୍ଟ ସେଣ୍ଟ୍ରାଲ୍‌ ରେଲୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବୀରେନ୍ଦ୍ର କୁମାର କହିଛନ୍ତି, ଏହି ଦୁର୍ଘଟଣାରେ ୫୦ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଥମେ ସୂଚନା ମିଳିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ପାଟନା ଏମ୍ସ ସ୍ଥାନାନ୍ତର କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ

ଇଷ୍ଟ୍‌ ସେଣ୍ଟ୍ରାଲ ରେଲୱେର ଜେନେରାଲ ମ୍ୟାନେଜର ତରୁଣ ପ୍ରକାଶ ANIକୁ ସୂଚନା ଦେଇଛନ୍ତି ଯେ, ନର୍ଥ ଇଷ୍ଟ ଟ୍ରେନ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କିପରି ଏତେ ବଡ଼ ଦୁର୍ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ରେସ୍କ୍ୟୁ ଅପରେସନ ସରିବା ପରେ ଦୁର୍ଘଟଣାର କାରଣ ଯାଞ୍ଚ କରାଯିବ ବୋଲି ସେ ଜଣାଇଛନ୍ତି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇ ସାରିଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ''ଟ୍ରେନଟି ସ୍ବାଭାବିକ ଗତିରେ ଆସୁଥିଲା । ହେଲେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେଲା ଏବଂ ଟ୍ରେନରୁ ଧୂଆଁ ବାହାରିବାକୁ ଲାଗିଲା । କ'ଣ ଘଟିଛି ଜାଣିବା ପାଇଁ ଘଟଣାସ୍ଥଳକୁ ଯିବାରୁ ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିବା ଦେଖିବାକୁ ପାଇଲୁ । ଦୁର୍ଘଟଣାରେ ଏସି କୋଚ ଅଧିକ କ୍ଷତିଗ୍ରସ୍ତ ହୋଇଛି ।'' ତେବେ ଏହି ଦୁର୍ଘଟଣା ପରେ ସେହି ରୁଟ୍‌ରେ ଅତିକମରେ ୨୧ଟି ଟ୍ରେନର ଗତିପଥ ବଦଳା ଯାଇଛି । ଏଥିସହ ଦୁଇଟି ଟ୍ରେନ କାଶୀ ପାଟନା ଜନ ଶତାବ୍ଦୀ ଏକ୍ସପ୍ରେସ ଓ ପାଟନା କାଶୀ ଜନ ଶତାବ୍ଦୀ ଏକ୍ସପ୍ରେସ ଚଳାଚଳକୁ ବାତିଲ କରାଯାଇଛି ।

Last Updated : Oct 12, 2023, 7:04 AM IST

ABOUT THE AUTHOR

...view details