ପାଟନା:ଟଳିଲା ବଡ ମାଓ ହମଲା ଯୋଜନା । ବିହାରରୁ ୧୬୨ଟି IED ଜବତ କରିଛି ସୁରକ୍ଷାବାହିନୀ । ଏନେଇ CRPF ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ବିହାରରେ ମାଓ ବିରୋଧି ଅପରେସନ ଜାରି ରହିଥିବା ବେଳେ ଆଜି ବିହାର ପୋଲିସ ୧୬୨ଟି IED ଜବତ କରିଛି । ଏହାସହ ମାଓ ପ୍ରବଣ ଅଞ୍ଚଳରେ ଅପରେସନ ଜାରି ରହିଛି । ପୋଲିସ ୧୩ଟି ଆଇଇଡି ନଷ୍ଟ କରିଥିବା ବେଳେ ଆହୁରି ଜୀବନ୍ତ IED ବାକି ରହିଛି । ପ୍ରତ୍ୟେକ ଆଇଇଡିର ଓଜନ ୧ କିଲୋଗ୍ରାମ ରହିଛି । ୧୪୯ଟି IEDକୁ ଗୁମ୍ଫାରୁ ଜବତ କରିଛନ୍ତି ସୁରକ୍ଷା ବାହିନୀ ।
ବିହାର ପୋଲିସକୁ ବଡ ସଫଳତା, ୧୬୨ଟି IED ବୋମା ଉଦ୍ଧାର - ବିହାର ପୋଲିସକୁ ବଡ ସଫଳତା
ବିହାରରୁ ୧୬୨ଟି IED ଜବତ । ମାଓ ଅପରେସନ ବେଳେ ଜବତ କରିଲା ବିହାର ପୋଲିସ । ଅଧିକ ପଢନ୍ତୁ
IED
ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ସୁଖୋଇ-ମିରାଜ ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
ପ୍ରକାଶଥାଉକି, ଗତ ଜାନୁଆରୀ ୧୨ ତାରିଖ ଦିନ ଝାଡ଼ଖଣ୍ଡରେ IED ବିସ୍ଫୋରଣ ହୋଇଥିଲା । ନକ୍ସଲଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ ୩ ଜଣ CRPF ଯବାନ ଆହତ ହୋଇଥିଲେ । ବିସ୍ଫୋରଣରେ ପ୍ରାଣ ହରାଇଥିବା ଶିକାର ହୋଇଥିବା ୩ CRPF ଯବାନ ହେଉଛନ୍ତି ଅମରେଶ ସିଂ, ସୌରଭ କୁମାର ଓ ସନ୍ତୋଷ ସିଂ ।