ଓଡିଶା

odisha

ETV Bharat / bharat

ପ୍ରଫେସରଙ୍କ ଗାନ୍ଧୀଗିରି: କଲେଜ ପଢା ଶୈଳୀରେ ସନ୍ତୁଷ୍ଟ ନଥିଲେ, ଫେରାଇ ଦେଲେ 3 ବର୍ଷର ଦରମା - ବିହାରରେ ବେତନ ଫେରାଇଦେଲେ ଅଧ୍ୟାପକ

କଲେଜରେ ପାଠ ପଢା ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ନଥିଲେ ଅଧ୍ୟାପକ । ଠିକ ପ୍ରକ୍ରିୟାରେ କ୍ଲାସ ହେଉନଥିବାରୁ ଫେରାଇ ଦେଲେ 3 ବର୍ଷର ଦରମା । ବିହାରର ଏହି ଅଧ୍ୟାପକଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ପଢନ୍ତୁ ଅଧିକ

କଲେଜରେ ହୋଇ ନଥିଲା କ୍ଲାସ, 3 ବର୍ଷର ଦରମା ଫେରାଇ ଦେଲେ ପ୍ରଫେସର
କଲେଜରେ ହୋଇ ନଥିଲା କ୍ଲାସ, 3 ବର୍ଷର ଦରମା ଫେରାଇ ଦେଲେ ପ୍ରଫେସର

By

Published : Jul 7, 2022, 10:48 AM IST

Updated : Jul 7, 2022, 11:20 AM IST

ପାଟନା:କଲେଜରେ ପାଠ ପଢିବା ପାଇଁ ଆସୁନଥିଲେ ଛାତ୍ରଛାତ୍ରୀ । କଲେଜ ପରିସରରେ କୌଣସି ଶୈକ୍ଷିକ ପରିବେଶ ମଧ୍ୟ ଦେଖିବାକୁ ମିଳୁନଥିଲା । ତେଣୁ ସେ ସେଠାରେ ନିଯୁକ୍ତି ପାଇବା ପରେ ଶିକ୍ଷାଦାନ କରିବା ପରିବର୍ତ୍ତେ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ବାରମ୍ବାର ଆବେଦନ କରିଥିଲେ । ହେଲେ କଲେଜ କର୍ତ୍ତୃପକ୍ଷ ତାଙ୍କ ଆବେଦନ ଉପରେ ବିଚାର କରିବା କହି ବିଳମ୍ବ କରିବାରୁ ପ୍ରାୟ 3 ବର୍ଷର 23 ଲକ୍ଷ ଟଙ୍କାର ଦରମା ଧରି କଲେଜରେ ପହଞ୍ଚିଲେ ସହକାରୀ ପ୍ରଫେସର । ଏହି ବେତନ ରାଶିକୁ ଅନ୍ୟାୟ ଟଙ୍କା ବୋଲି କହିବା ସହ କୁଳସଚିବଙ୍କୁ ଫେରାଇ ଦେଲେ । ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁରରେ । ସ୍ଥାନୀୟ ନିତୀଶ୍ବର ମହାବିଦ୍ୟାଳୟର ହିନ୍ଦୀ ବିଭାଗର ସହକାରୀ ପ୍ରଫେସର ଡ.ଲଲନ କୁମାରଙ୍କ ଏପରି କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରିଛି ।

କଲେଜରେ ହୋଇ ନଥିଲା କ୍ଲାସ, 3 ବର୍ଷର ଦରମା ଫେରାଇ ଦେଲେ ପ୍ରଫେସର

ଏପରି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଫେସରଙ୍କୁ ନେଇ ସବୁଠି ଚର୍ଚ୍ଚା ଦେଖିବାକୁ ମିଳିଛି । ପ୍ରଫେସର ଲଲନ ମଧ୍ୟ ଘଟଣା ନେଇ ଗଣମାଧ୍ୟମ ସମ୍ମୁଖରେ ବିସ୍ତୃତ ପ୍ରତିକ୍ରିୟା ରଖିଛନ୍ତି । ଲଲନ କହିଛନ୍ତି ‘‘ନୀତୀଶ୍ବର କଲେଜରେ ସେ ଶିକ୍ଷାଦାନ କାର୍ଯ୍ୟ ପାଇଁ ମୁଁ କୃତଜ୍ଞତା ଅନୁଭବ କରୁନାହାନ୍ତି, ତେଣୁ ସେ ନିଯୁକ୍ତ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ବେତନ ରାଶି ଫେରସ୍ତ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଯୁକ୍ତ ହେବା ଦିନଠାରୁ, ସେ କଲେଜରେ ଅଧ୍ୟୟନର ପରିବେଶ ଦେଖି ନଥିଲେ । 11,00 ଛାତ୍ର ହିନ୍ଦୀରେ ନାମ ଲେଖାଇଛନ୍ତି, କିନ୍ତୁ ଉପସ୍ଥାନ ପ୍ରାୟ ଶୂନ । ସେ ତାଙ୍କର ଏକାଡେମିକ୍ ଦାୟିତ୍ବ ତୁଲାଇବାକୁ ସକ୍ଷମ ନୁୁହନ୍ତି । ଏଭଳି ପରିସ୍ଥିତିରେ ବେତନ ଗ୍ରହଣ କରିବା ଅନୈତିକ କାର୍ଯ୍ୟ ହେବ ବୋଲି କହିଛନ୍ତି ପ୍ରଫେସର ଲଲନ କୁମାର ।

ଅନ୍ୟପଟେ ଜଣେ ପ୍ରଫେସରଙ୍କ ଏପରି କାର୍ଯ୍ୟକଳାପ ଓ କଲେଜ ବିରୋଧରେ ସିଧା ଅଭିଯୋଗ ପରେ କଲେଜର ପରିଚାଳନା ଓ ଶିକ୍ଷାଦାନ ଶୈଳୀ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । କଲେଜର କୁଳସଚିବ ଡ ଆର.କେ ଠାକୁର କହିଛନ୍ତି, ପ୍ରଫେସର ଲଲନ କୁମାରଙ୍କ ବଦଳି ଆବେଦନ ଗ୍ରହଣ କରାଯାଇଥିଲା । ସେ ଦୁଇଥର ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କମିଟି ବସି ନଥିବାରୁ ତାଙ୍କ ଆବେଦନ ଉପରେ ବିଚାର କରାଯାଇନଥିଲା । ବେତନ ରାଶି ଫେରାଇବା ଘଟଣାରେ ତଦନ୍ତ ଜାରି ରହିଛି । ଏହାର ତଦନ୍ତ ପାଇଁ କଲେଜ ଏକ କମିଟି ମଧ୍ୟ ଗଠନ କରିବା ନେଇ ସେ ସୂଚନା ଦେଇଛନ୍ତି ।

ତେବେ ପୁରା ଘଟଣା ସାମ୍ନାକୁ ଆସିବା ପରେ ପ୍ରଫେସର ଲଲନ କୁମାରଙ୍କୁୁ ନେଇ ସବୁଠି ବଢିଛି ଉତ୍କଣ୍ଠା । କେହି କେହି ଏହାକୁ ପ୍ରଫେସରଙ୍କ ସାଧୁ ପଣିଆ ବୋଲି ମଧ୍ୟ କହିବା ସହ ସମର୍ଥନ କରିବା ମଧ୍ୟ ଆରମ୍ଭ କଲେଣି । ଲଲନ ହେଉଛନ୍ତି ସାଧାରଣ କୃଷକ ପରିବାରରେ ଜନ୍ମିତ ଜଣେ ବ୍ୟକ୍ତି । ପ୍ରଥମେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକ,ପର୍ଯ୍ୟାୟକ୍ରମେ ଜେଏନୟୁରୁ ସ୍ନାତ୍ତକତ୍ତୋର ଓ ଦିଲ୍ଲୀ ବିଶ୍ବବିଦ୍ୟାଳରୁ PHD ଡିଗ୍ରୀ ମଧ୍ୟ ସେ ହାସଲ କରିଛନ୍ତି ସେ । ନିଜ ଛାତ୍ର ଜୀବନରେ ସେ ମଧ୍ୟ ଗୋଲ୍ଡ ମେଡାଲିଷ୍ଟ ରହିସାରିଛନ୍ତି । ତେବେ ମିଜାଫରପୁରର ନିତୀଶ୍ବର ମହାବିଦ୍ୟାଳୟରେ ତାଙ୍କର ନିଯୁକ୍ତି ହୋଇଥିଲେ ସୁଦ୍ଧା, ସେ ସେଠାକାର ପାଠପଢା ଓ ପାରିବେଶିକ ସ୍ଥିତି ନେଇ ଦୀର୍ଘ ଦିନ ହେବ ସନ୍ତୁଷ୍ଟ ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2022, 11:20 AM IST

ABOUT THE AUTHOR

...view details