ଓଡିଶା

odisha

ETV Bharat / bharat

Bihar Hooch Tragedy: ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି, 70 ବ୍ୟବସାୟୀ ଗିରଫ - ବିହାର ମଦ ମୃତ୍ୟୁ ଘଟଣା

ମୋତିହାରୀ ଜିଲ୍ଲାରେ ମଦ ମୃତ୍ୟୁ ଘଟଣାରେ ଦୁଇଜଣ ପୋଲିସ ଅଧିକାରୀ ନିଲମ୍ବିତ । 70 ବ୍ୟବସାୟୀ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 17, 2023, 11:53 AM IST

ପାଟନା: ବିହାରର ମୋତିହାରୀ ଜିଲ୍ଲାରେ ମଦ ମୃତ୍ୟୁ ଘଟଣା । ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ପିଇ 22 ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଘଟଣାରେ 70 ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଜଣ ପୋଲିସ ଅଧିକାରୀ ଏବଂ ନଅ ଜଣ ୱାର୍ଚମ୍ୟାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏକ ପ୍ରେସବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଏସପି କାନ୍ତେଶ କୁମାର ମିଶ୍ର ।

କାନ୍ତେଶ କୁମାର ମିଶ୍ର କହିଛନ୍ତି ଯେ, ''ବିଷାକ୍ତ ମଦ ପିଅ 22 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ 6 ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସଦର ହସ୍ପିଟାଲରେ ପ୍ରାୟ 15 ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ' ତେବେ ପ୍ରଶାସନ ତରଫରୁ 22ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପାଖାପାଖି 30 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ।

ପ୍ରଶାସନକୁ ନଜଣାଇ ଅନେକଙ୍କ ମୃତଦେହକୁ ପୋଡି ଦିଆଯାଇଛି । ଅନେକ ଗୁରୁତରଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବାପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣାର ତଦନ୍ତ ପାଇଁ ପାଟଣାର ତିନିଜଣିଆ ତଦନ୍ତକାରୀ ଦଳ ମୋତିହାରୀରେ ପହଞ୍ଚିଛନ୍ତି । ସରକାରଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶୁକ୍ରବାର ରାତିରେ ପହରପୁର ଏବଂ ତୁର୍କାଉଲିଆ ପୋଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଥିଲା ।

ସେହିପରି ଗତ ଜାନୁଆରୀ 6 ତାରିଖରେ ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସାରଣ ଜିଲ୍ଲାର ତାରାୟା ନିକଟ ଶାହନେୱାଜପୁର ଗ୍ରାମରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଥିଲା । ନୂଆବର୍ଷ ରାତିରେ ଦୁଇ ଦାଦା ପୁତୁରା ଏକ ପାର୍ଟିରେ ଯୋଗ ଦେଇ ସେଠାରେ ମଦ ପିଇବା ପରେ ଉଭୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ହସ୍ପିଟାଲରେ ଚିକିତ୍ସା ସମୟରେ ଉଭୟର ମୃତ୍ୟୁ ହୋଇଥିଲା ।

ଡିସେମ୍ବର ମାସରେ ବିହାରର ଛପରା ଜିଲ୍ଲାରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ବିହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟର ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା । ବାରଣାସୀରୁ ମଦ ଯୋଗାଣକାରୀ ସଞ୍ଜିବ କୁମାରକୁ ଗିରଫ କରାଯିବା ସହ ମୋଟ 16 ଜଣଙ୍କୁ ଗିରଫ କରାଯାଇଥିଲା । ଶେଷରେ ମଦ ବିକ୍ରି କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ABOUT THE AUTHOR

...view details