ଓଡିଶା

odisha

ETV Bharat / bharat

BJP ସହ କୌଣସି ଦୋସ୍ତି ନାହିଁ, ମିଡିଆ ଭୁଲ ଖବର ଛାପୁଛି କହିଲେ ନୀତିଶ - ବିହାର ମୁଖ୍ଯମନ୍ତ୍ରୀ ନୀତିଶ କୁମାର

ବିଜେପି ସହ ସମ୍ପର୍କକୁ ପୁଣି ଖଣ୍ଡନ କଲେ ନୀତିଶ । କହିଲେ ଫେରିବା ନେଇ ପ୍ରଶ୍ନ ଉଠୁନାହିଁ । ଗଣମାଧ୍ୟମ ତାଙ୍କ ବୟାନକୁ ଭୁଲ ଢଙ୍ଗରେ ଛାପୁଛି । ଅଧିକ ପଢନ୍ତୁ

BJP ସହ କୌଣସି ଦୋସ୍ତି ନାହିଁ, ମିଡିଆ ଭୁଲ ଖବର ଛାପୁଛି କହିଲେ ନୀତିଶ
BJP ସହ କୌଣସି ଦୋସ୍ତି ନାହିଁ, ମିଡିଆ ଭୁଲ ଖବର ଛାପୁଛି କହିଲେ ନୀତିଶ

By ETV Bharat Odisha Team

Published : Oct 21, 2023, 6:21 PM IST

ପାଟନା: ବିଜେପି ସହ ସମ୍ପର୍କ ଛିନ୍ନ କରି ‘ଇଣ୍ଡିଆ’ ମେଣ୍ଟର ସହଯୋଗୀଙ୍କୁ ଏକାଠି କରିବାର ଆଦ୍ୟ ଦାୟିତ୍ବ ଗ୍ରହଣ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଛି । ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ଗତ କିଛି ମାସ ଧରି କ୍ରମାଗତ ଏପରି ଚର୍ଚ୍ଚା ଲାଗିରହିଛି । ତେବେ ନିକଟରେ ବିହାର ମୋତିହାରୀରେ ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ନୀତିଶଙ୍କ ଭାଷଣରେ ବିଜେପି ପ୍ରତି ନରମ ଆଭିମୁଖ୍ୟ ଓ ସମର୍ଥତାପୂର୍ଣ୍ଣ ମନ୍ତବ୍ୟ ଦେଖାଯିବା ପରେ ପୁଣି ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ନୀତିଶ ଆଜି ଏହି ଚର୍ଚ୍ଚାକୁ ସମୂଳେ ଖଣ୍ଡନ କରିବା ସହ ସେ ବିଜେପି ସମ୍ପର୍କରେ ନାହାନ୍ତି ଓ ସେ ସେଠାକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଦୋହରାଇଛନ୍ତି ।

ଗଣମାଧ୍ୟମ ପ୍ରତନିଧିଙ୍କ ପ୍ରଶ୍ନରେ ନୀତିଶ କହିଛନ୍ତି, ତାଙ୍କ ଭାଷଣର ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ଗଣମାଧ୍ୟମ ପରିବେଷଣ କରିଛି । ବିଜେପି ସହ କୌଣସି ବନ୍ଧୁତା ନାହିଁ । ସେ କାହା ସହ ଥିବା କଥା ଆଦୌ କହିନାହାନ୍ତି । ସେ ବିଜେପିକୁ କାହିଁକି ଫେରିବେ । ମୋତିହାରୀରେ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର ଉପରେ ଚାପ ମଧ୍ୟ ପକାଇଥିଲେ । ତେଣୁ 2016 ରେ ସେଠାରେ ବିଶ୍ବବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଣୁ ସେ ବିଜେପିକୁ ଧନ୍ୟବାଦ ଦେଲେ । ବିଜେପି ସହ କୌଣସି ବନ୍ଧୁତା ନାହିଁ । ଗଣମାଧ୍ୟମ ଏବେ ସେମାନଙ୍କ ଇସାରାରେ କାମ କରୁଛି । ତାଙ୍କ ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ଛାପୁଛି ।

ଏହା ମଧ୍ୟ ପଢନ୍ତୁ:-Chhattisgarh Polls: ଛତିଶଗଡ଼ ନିର୍ବାଚନରେ ପ୍ରଚାର କରିବେ ପିସିସି ସଭାପତି ଶରତ

ଅନ୍ୟପଟେ ନୀତିଶଙ୍କ ଆଭିମୁଖ୍ୟକୁ ନେଇ ସାଙ୍ଘାତିକ ବୟାନ ଦେଇଥିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି । ନୀତିଶ ବିଜେପିକୁ ଫେରିବାକୁ ଚାହାନ୍ତି । ‘ଇଣ୍ଡିଆ’ ମେଣ୍ଟ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରେ, ତେବେ ସେ ମେଣ୍ଟ ଛାଡି ବିଜେପିରେ ସାମିଲ ହେବା ନେଇ ପରୋକ୍ଷରେ ମେଣ୍ଟ ଦଳମାନଙ୍କୁ ଚେତାବନୀ ଦେଉଛନ୍ତି । ତେବେ ତାଙ୍କୁ ଆଉ ବିଜେପିରେ ଗ୍ରହଣ କରାଯିବ ନାହିଁ ବୋଲି ସୁଶୀଲ କହିଥିଲେ । ସୁଶୀଲଙ୍କ ଏହି ମନ୍ତବ୍ୟରେ ପ୍ରତିକ୍ରିୟାରେ ରଖି ନୀତିଶ କହିଛନ୍ତି, ବିଜେପିକୁ ଯିବା ପାଇଁ କି’ଏ ଅନୁମତି ମାଗୁଛି କି ? ସୁଶୀଲ ମୋଦି ପ୍ରତିଦିନ କିଛି ନା କିଛି ତାଙ୍କ ସମ୍ପର୍କରେ କହୁଛନ୍ତି । ତାଙ୍କ କଥାରେ କୌଣସି ଉତ୍ତର ରଖିବାର ଆବଶ୍ୟକତା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details