ଓଡିଶା

odisha

By

Published : Jul 20, 2023, 7:16 AM IST

ETV Bharat / bharat

ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ନୀତିଶ କହିଛନ୍ତି ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇଂକ୍ଲୁସିଭ ଆଲିଆଏନସ(ଇଣ୍ଡିଆ)ର ନାମକରଣ ଓ ନୀତିଶଙ୍କୁ ସଂଯୋଗ ପଦ ନମିଳିବାରୁ ଅସନ୍ତୋଷ ଥିବା ପ୍ରସଙ୍ଗରେ ନୀତିଶ କହିଛନ୍ତି, ମେଣ୍ଟ ଗଠନ ପାଇଁ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ଉପରେ ବିଚାର ହୋଇଛି । ଅଧିକ ପଢନ୍ତୁ

ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର
ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ପାଟନା:ମଙ୍ଗଳବାର ବେଙ୍ଗାଲୁରୁରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକ ପରେ ଆୟୋଜିତ ସଂଯୁକ୍ତ ପ୍ରେସମିଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁପସ୍ଥିତ ଥିଲେ । ଏହାକୁ ନେଇ ସାରା ଦିନ ଭିନ୍ନ ଭିନ୍ନ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ଗଣମାଧ୍ୟମରେ ଚର୍ଚ୍ଚା ଆଲୋଚନା ଦେଖି ନୀତିଶ କୁମାର ମୁହଁ ଖୋଲିଛନ୍ତି । ବେଙ୍ଗାଲୁରରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକରେ ସକରାତ୍ମକ ଆଲୋଚନା ହୋଇଛି । ଆମ କାମ ଦେଖି ସେମାନେ ଡରିଯାଇଛନ୍ତି । 2024ରେ ସବୁ ଠିକ ହେବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ନୀତିଶ କହିଛନ୍ତି ‘‘ବେଙ୍ଗାଲୁରୁରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକରେ ସକରାତ୍ମକ ଆଲୋଚନା ହୋଇଛି । ଶକ୍ତିଶାଳୀ ମେଣ୍ଟ ଗଠନ ପାଇଁ ରଣନୀତି ହେଉଛି । ମତେ ନେଇ ହେଉଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ । ବିଜେପି ନେତାଙ୍କ କାମ ହିଁ ନିରାଧାର ଖବରକୁ ପ୍ରଚାର ପ୍ରସାର କରିବା । ବୈଠକ ଦେଖି ତାଙ୍କ ଅବସ୍ଥା ଖରାପ ହୋଇଛି 2024ରେ ଫଳାଫଳ ବହୁତ ଭଲ ହେବ । ଆମେ ଯେଉଁ କାର୍ଯ୍ୟ କରୁଛି ତାକୁ ଦେଖି ଲୋକେ ଚିନ୍ତିତ । ଆହୁରି କିଛି କିଛି କାର୍ଯ୍ୟ ବାକି ଅଛି । ମିଡିଆ ଉପରେ ସେମାନେ କବଜା କରିଛନ୍ତି 2024ରେ ସ୍ବତନ୍ତ୍ର ଖବର ପ୍ରସାରଣ ହେବ । ’’

ଏହା ବି ପଢନ୍ତୁ- PM Modi Speech: ବିକାଶ ହେବ ମୁଦ୍ଦା, ତୃତୀୟ ଥର NDA କ୍ଷମତା ଦଖଲ କରିବ: ପ୍ରଧାନମନ୍ତ୍ରୀ

ମତେ କୌଣସି ପଦର ଲୋଭ ନାହିଁ:-ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇଂକ୍ଲୁସିଭ ଆଲିଆଏନସ(ଇଣ୍ଡିଆ)ର ନାମକରଣ ଓ ନୀତିଶଙ୍କୁ ସଂଯୋଗ ପଦ ନମିଳିବାରୁ ଅସନ୍ତୋଷ ଥିବା ପ୍ରସଙ୍ଗରେ ନୀତିଶ କହିଛନ୍ତି, ''ମେଣ୍ଟ ଗଠନ ପାଇଁ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ଉପରେ ବିଚାର ହୋଇଛି । ମୁଁ କୌଣସି ପଦପଦବୀକୁ ନେଇ ଆଶାୟୀ ନୁହେଁ । କି ମୋର କୌଣସି ପଦକୁ ନେଇ ଲୋଭ ନାହିଁ ।''

ନୀତିଶ ଆହୁରି କହିଛନ୍ତି,''ବିରୋଧୀ ମେଣ୍ଟକୁ ନେଇ ବିଜେପି ବିଚଳିତ ଅଛି । ତେଣୁ ନିରାଧାର କଥାକୁ ପ୍ରସଙ୍ଗ କରୁଛି । ମୋର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ନାଳନ୍ଦା ରାଜଗିରି ଆସିବାର ଥିଲା । ତେଣୁ ମୁଁ ବୈଠକ ପରେ ପରେ ପାଟନା ଫେରିଆସିଥିଲି । ବୈଠକ ସଠିକ ଢଙ୍ଗରେ ହୋଇଛି । ସମସ୍ତ ନେତା ଏକ ହୋଇ ଆଗକୁ ବଢୁଛନ୍ତି । ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ ହେବ ।''

ଏହା ବି ପଢନ୍ତୁ...INDIA VS NDA: ସୋସିଆଲ ମିଡିଆ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ, INDIA ପରିବର୍ତ୍ତେ ଲେଖିଲେ ‘ଭାରତ’

ପ୍ରକାଶ ଥାଉ କି, ଜୁଲାଇ 17 ଓ 18 ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକ ବସିଥିଲା । କେନ୍ଦ୍ରରୁ ବିଜେପିକୁ ହଟାଇବା ଲାଗି ବୈଠକରେ ଏକାଠି ହୋଇ 26 ଦଳ ପଣ କରିଛନ୍ତି । ମେଣ୍ଟର ନାମ ବଦଳାଇ ନୂଆ ନାମକରଣ କରାଯାଇଛି । ୟୁପିଏ ବଦଳରେ ଇଣ୍ଡିଆ ରଖାଯାଇଛି । ବିରୋଧୀ ଦଳ ବୈଠକ ପରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିଧାସଳଖ ଚାଲିଯିବା ପରେ ସେ ମେଣ୍ଟ ନାମକରଣକୁ ନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୋଇଥିଲା । ଗତ ଜୁନରେ ନୀତିଶ କୁମାରଙ୍କ ନେତୃତ୍ବରେ ପାଟନାରେ ପ୍ରଥମ ବିରୋଧୀ ଦଳ ବୈଠକ ବସିଥିଲା ।

ABOUT THE AUTHOR

...view details