ପାଟନା:ମହାମାରୀ କାଳରେ ବିହାରରେ ବନ୍ୟା ବିଭୀଷିକା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସହ ସମୀକ୍ଷା ବୈଠକ କରିଥିଲେ । ବିହାରରେ ଗଙ୍ଗାର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପାଟନାରେ ମଧ୍ୟ ସ୍ଥିତି ସ୍ଥିତି ଗମ୍ଭୀର ରହିଛି । ଦାନାପୁର ଠାରୁ ପାଟନା ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଘାଟ, ଯେଉଁଥିରେ ଦିଗା, ଗାନ୍ଧୀ, କୃଷ୍ଣ, ଆଣ୍ଟା ଘାଟ, ଭଦ୍ରା ଏବଂ କଙ୍ଗାନ ଘାଟ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟଭିତ ହୋଇ ପଡିଛନ୍ତି ସହରବାସୀ ।
କେବଳ ସେତିକି ନୁହେଁ ଗଙ୍ଗା ବକ୍ସାର, ପାଟନା, ମୁଙ୍ଗର, ଖାଗରିଆ, ଭାଗଲପୁର ଏବଂ କାଟିହର ଜିଲ୍ଲାରେ ବିପଦ ସଙ୍କେତ ଅତିକ୍ରମ କରିଛି । ଫଳରେ ଶହ ଶହ ଗାଁ ଏବେ ପାଣି ଘେରରେ ରହିଛନ୍ତି । ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ବୁଧବାର ଦିନ ଗାନ୍ଧୀ ଘାଟରେ ଗଙ୍ଗାର ଜଳସ୍ତର 48.6 ସେଣ୍ଟି ମିଟର ରହିଥିଲା । ମାତ୍ର 129 ସେଣ୍ଟିମିଟର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିଲା । ତେବେ ଗାନ୍ଧୀ ଘାଟରେ ଜଳ ସ୍ତର 50.8 ମିଟର ଠାରୁ ପ୍ରାୟ 60 ସେଣ୍ଟିମିଟର ମଧ୍ୟରେ ରହିଛି । ଯାହା ସର୍ବୋଚ୍ଚ ସ୍ତର ବୋଲି କୁହାଯାଇପାରିବ । ଯାହା ଅଗଷ୍ଟ 2016 ରେ ରେକର୍ଡ କରାଯାଇଥିଲା।