ଓଡିଶା

odisha

ETV Bharat / bharat

ବିହାରରେ ରାଜନୈତିକ ହିଂସା, ଯୁବ ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା

ନିର୍ବାଚନ ପୂର୍ବରୁ ବିହାରରେ ଦେଖାଦେଇଛି ରାଜନୈତିକ ହିଂସା । ବେତିୟା ଜିଲ୍ଲାରେ ଯୁବ ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 4, 2023, 4:52 PM IST

BJP leader kills in bihar
ଯୁବ ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା

ପାଟନା: ବିହାରର ବେତିୟା ଜିଲ୍ଲାରେ ବର୍ବର କାଣ୍ଡ । ବିଚ୍ ରାସ୍ତାରେ ଯୁବ ବିଜେପି ନେତାଙ୍କୁ ଛୁରି ଭୁସି ହତ୍ୟା । ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଦୁଇ ଜଣ ଯୁବକଙ୍କ ଉପରେ କିଛି ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ । ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବେତିୟା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ବିଜେପି ନେତା ଜଣକ ୩୨ ବର୍ଷୀୟ ସୋନୁ କୁମାର ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:Bengal Pre-Poll Violence: ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

ଏହା ମଧ୍ୟ ପଢ଼ନ୍ତୁ:କର୍ଣ୍ଣାଟକରେ ବିଜେପି ଯୁବନେତାଙ୍କ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା !

ସୂଚନା ଅନୁଯାୟୀ, ଯୁବ ବିଜେପି ନେତା ସୋନୁ କୁମାର ଓ ସୁଜିତ କୁମାର ଦୁହେଁ ମୁଫାସିଲ ଥାନା ଅନ୍ତର୍ଗତ ଗୋଡବା ଟୋଲା ଅଞ୍ଚଳ ବାସିନ୍ଦା ଅଟନ୍ତି । ଦୁହେଁ ସକାଳୁ ମର୍ଣ୍ଣିଂ ୱାକ୍‌ ପାଇଁ ବାହାରି ଥିଲେ । ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଚାଲୁଥିବା ବେଳେ କିଛି ଦୁର୍ବୃତ୍ତ ହଠାତ ଆସି ସୋନୁ ଓ ସୁଜିତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ଉକ୍ତ ରାସ୍ତାରେ ଯାତାୟତ କରୁଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ଯୁବ ବିଜେପି ନେତା ସୋନୁ କୁମାରଙ୍କ ମୃତ୍ୟୁ ଘଟି ସାରିଥିଲା । ଅନ୍ୟପଟେ ସୁଜିତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଖବର ପାଇ ମୁସାଫିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଛତିଶଗଡରେ ବିଜେପି ଜିଲ୍ଲା ସଭାପତିଙ୍କୁ ନକ୍ସଲଙ୍କ ହତ୍ୟା, ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନଡ୍ଡା

ଘଟଣା ସମ୍ପର୍କରେ ମୁସାଫିଲ ଥାନା ଅଧିକାରୀ କହିଛନ୍ତି, ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ସୁଜିତଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣାର ତଦନ୍ତ କରାଯାଉଛି । କିଏ ଏବଂ କାହିଁକି ଆକ୍ରମଣ କରିଛନ୍ତି, ସେନେଇ ତଦନ୍ତ କରାଯାଇ ଖୁବଶୀଘ୍ର ଅପରାଧୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁସାଫିଲ ଥାନା ଅଧିକାରୀ କହିଛନ୍ତି ସୂଚନା ଦେଇ କହିଛନ୍ତି ।

ABOUT THE AUTHOR

...view details