ଓଡିଶା

odisha

ETV Bharat / bharat

ପ୍ରତିବାଦ ବେଳେ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ମାଡ ମାରି ଲହୁଲୁହାଣ କଲେ ADM, ଭିଡିଓ ଭାଇରାଲ - ବିହାରରେ ଆନ୍ଦୋଳନ ବେଳେ ଅଧିକାରୀଙ୍କ ବର୍ବରତା

ପ୍ରତିବାଦ ବେଳେ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ମାଡ ମାରି ଲହୁଲୁହାଣ କଲେ (Bihar ADM thrashes teacher aspirant) ADM । ତ୍ରିରଙ୍ଗାକୁ ମଧ୍ୟ ଅସମ୍ମାନ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରତିବାଦ ବେଳେ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ମାଡ ମାରି ଲହୁଲୁହାଣ କଲେ ADM, ଭିଡିଓ ଭାଇରାଲ
ପ୍ରତିବାଦ ବେଳେ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ମାଡ ମାରି ଲହୁଲୁହାଣ କଲେ ADM, ଭିଡିଓ ଭାଇରାଲ

By

Published : Aug 22, 2022, 9:00 PM IST

ପାଟନା: ଶିକ୍ଷକ ଆଶାୟୀ ପ୍ରାର୍ଥୀଙ୍କ ଆନ୍ଦୋଳନ ବେଳେ ଜଣେ ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ବର୍ବରତା ସାମ୍ନାକୁ ଆସିଛି । ଜଣେ ଆନ୍ଦୋଳନକାରୀ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ପିଟି ପିଟି ଲହୁଲୁହାଣ କରିଛନ୍ତି ଅତିରିକ୍ତ ଜିଲ୍ଲା ମାଜଷ୍ଟ୍ରେଟ (Bihar ADM thrashes teacher aspirant)। ପ୍ରତିବାଦକାରୀଙ୍କ ହାତରେ ତ୍ରିରଙ୍ଗା ଥିଲେ ମଧ୍ୟ, ତାକୁ ମଧ୍ୟ ଅସମ୍ନାନ କରିଛନ୍ତି (disrespects tricolour By ADM) । ମାଡରେ ଉକ୍ତ ଯୁବକଙ୍କ କାନ ଓ ମୁଣ୍ଡ ଫାଟି ରକ୍ତବାହାରିଥିବା ଦେଖିବାକୁ ମିଳିଛି । ନିଜେ ADM ପୋଲିସ ଫୋର୍ସ ସହ ହାତରେ ବାଡି ଧରି ଉକ୍ତ ପ୍ରତିବାଦକାରୀ ଯୁବକଙ୍କୁ ପ୍ରବଳ ପିଟୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟନାରେ ।

ପ୍ରତିବାଦ ବେଳେ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ମାଡ ମାରି ଲହୁଲୁହାଣ କଲେ ADM, ଭିଡିଓ ଭାଇରାଲ

ସୂଚନା ଅନୁସାରେ, ପାଟନାରେ CTET ଏବଂ BTET ପାସ କରିଥିବା ଶତାଧିକ ଶିକ୍ଷକ ଆଶାୟୀ ପ୍ରାର୍ଥୀ ଚାକିରି ଦାବି କରି ରାଜରାସ୍ତାରେ ପ୍ରତିବାଦ କରିଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପୋଲିସ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଶାୟୀ ପ୍ରାର୍ଥୀଙ୍କୁ ଆନ୍ଦୋଳନ ପାଇଁ ବାରଣ ମଧ୍ୟ କରିଥିଲେ । ଏହି ସମୟରେ ପୋଲିସ ଲାଠିଚାର୍ଜ କରିଥିଲା । ଭିଡିଓରେ ଦେଖିବାକୁ ମିଳିଥିବା ଏହି ଯୁବକ ହାତରେ ଏକ ତ୍ରିରଙ୍ଗା ପତାକା ଧରି ନାରାବାଜୀ କରୁଥିଲେ । ପୋଲିସ ଫୋର୍ସ ସହ ନିଜେ ADM ହାତରେ ବାଡି ଧରି ଉକ୍ତ ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ଦେଖିବାକୁ ମିଳିଥିଲା (Bihar ADM thrashes teacher aspirant Bihar ADM thrashes teacher aspirant during protest)। ମାଡ ମାରିଥିବା ଅଧିକାରୀ ADM କେ.କେ ସିଂ ବୋଲି ଜଣାପଡିଛି ।

ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମଧ୍ୟ ଦାବି ଜୋର ଧରିବାରେ ଲାଗିଛି । ଏପରି ସ୍ଥଳେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ ଜିଲ୍ଲାଧିକାରୀଙ୍କ ସହ ତୁରନ୍ତ ଫୋନ ଯୋଗେ କଥା ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ ମଧ୍ୟ ହୋଇସାରିଛି । କେଉଁ ପରିସ୍ଥିତିରେ ସମ୍ପୃକ୍ତ ଅଧିକାରୀ ଏପରି ବ୍ୟବହାର କଲେ ତାହା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details