ଓଡିଶା

odisha

ETV Bharat / bharat

Narayan Rane Statement; କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ, ମାର୍ଚ୍ଚରେ ବଦଳିବ ମହାରାଷ୍ଟ୍ର ସରକାର - ମହାରାଷ୍ଟ୍ରରେ ଗଢିବ ବିଜେପି ସରକାର

ମହାରାଷ୍ଟ୍ରରେ ମାର୍ଚ୍ଚରେ ଖୁବଶୀଘ୍ର ଗଢିବ ବିଜେପି ସରକାର (BJP Govt)। ଏଭଳି ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ (Union Minister Narayan Rane big statement) । ଅଧିକ ପଢନ୍ତୁ

Union Minister Narayan Rane
Maharashtra Govt Will Fall କହିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

By

Published : Nov 26, 2021, 6:15 PM IST

ଜୟପୁର:ମହାରାଷ୍ଟ୍ରରେ ମାର୍ଚ୍ଚରେ ଗଢିବ ବିଜେପି ସରକାର । ଏଭଳି ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ (Union Minister Narayan Rane) । ଖୁବଶୀଘ୍ର ମହାରାଷ୍ଟ୍ର ଉଦ୍ଧବ ଠାକରେଙ୍କ (Uddhav Thackeray Government) ନେତୃତ୍ବରେ ଚାଲୁଥିବା ମହା ଅଘାଡି ସରକାରର ପତନ ଘଟିବ ବୋଲି କେନ୍ଦ୍ରମନ୍ତ୍ରୀ ରାଣେ କହିଛନ୍ତି ।

Maharashtra Govt Will Fall କହିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ମନ୍ତ୍ରୀ ନାରାୟଣ ରାଣେ ଦୁଇ ଦିନିଆ ଜୟପୁର ଗସ୍ତ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ସରକାର ନାହିଁ ତେଣୁ ରାଜ୍ୟରେ ପରିବର୍ତ୍ତନ ଦେଖାଯାଉନାହିଁ । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା (Narayan Rane Sets March Deadline) ମହାରାଷ୍ଟ୍ରରେ ବିଜେପି ସରକାର ଗଠନ ହୋଇଯିବ । ଏହାପରେ ମହାରାଷ୍ଟ୍ରରେ ପରିବର୍ତ୍ତନ ଦେଖାଯିବ ।

ମହାବିକାଶ ଅଘାଡି ସରକାର ଭାଙ୍ଗିବାକୁ ନେଇ ପ୍ରଶ୍ନର ଜବାବରେ ରାଣେ କହିଛନ୍ତି ଯେ, ସରକାର ଭଙ୍ଗିବା କଥା ଗୋପନ ରଖାଯାଏ । ଏହା ପଦାକୁ ବାହାରିବା ଉଚିତ ନୁହେଁ । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ ହେବା ନେଇ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ଆମେ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛୁ ।

ସୂଚନାଥାଉକି ମହାରାଷ୍ଟ୍ରରେ ଶିବସେନା ବିଜେପି ସହ ଦୀର୍ଘ ଦିନର ସମ୍ପର୍କ ତୁଟାଇ କଂଗ୍ରେସ ଓ ଏନସିପି ସହ ମିଶି ମହାବିକାଶ ଅଘାଡି ମେଣ୍ଟ ଗଠନ କରିଛି। ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଚାଲିଛି ସରକାର । ତେବେ ମହାବିକାଶ ଅଘାଡି ସରକାରକୁ ଭାଙ୍ଗିବା ପାଇଁ ବିଜେପି ଆରମ୍ଭ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details