ଓଡିଶା

odisha

ETV Bharat / bharat

ମେ’ 30 ପୂର୍ବରୁ ଅପଡେଟ୍ ପାଇଁ ଜୁମ୍ କମ୍ପାନୀର ଅନୁରୋଧ

ଅନଲାଇନରେ ୟୁଜର୍ସଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିବାକୁ ଆପ୍ ପକ୍ଷରୁ ଚେଷ୍ଟା ଚାଲିଛି । ଲୋକଙ୍କ ପ୍ରାଇଭେସୀ ଓ ସ୍ବାଧୀନତାକୁ ସୁରକ୍ଷା ଦେବା ପାଇଁ ଏହା ନୂଆ ସୁରକ୍ଷା ଫିଚର ଆଡ୍ କରିଛି । ଅଧିକ ପଢନ୍ତୁ...

By

Published : May 28, 2020, 12:27 PM IST

ମେ 30 ପୂର୍ବରୁ ଅପଡେଟ୍ ପାଇଁ ଜୁମ୍ କମ୍ପାନୀର ଅନୁରୋଧ
ମେ 30 ପୂର୍ବରୁ ଅପଡେଟ୍ ପାଇଁ ଜୁମ୍ କମ୍ପାନୀର ଅନୁରୋଧ

ହାଇଦ୍ରାବାଦ: ଭିଡିଓ କନଫେରେନ୍ସିଂ ଆପ୍ ଜୁମ୍ ନିଜ ୟୁଜର୍ସଙ୍କୁ ଆପ୍ ଅପଡେଟ୍ କରିବା ପାଇଁ ଅନୁରୋଧ କରିଛି । ମେ’ 30 ପୂର୍ବରୁ ଆପ୍ ଅପଡେଟ୍ କରିନେବାକୁ ଏହା ବିଜ୍ଞପ୍ତି ପ୍ରକାଶ କରି କହିଛି। କାରଣ ଏହି ସମୟରେ ଏଥିରେ ଅନେକ ନୂଆ ଫିଚର ଆଡ୍ ହୋଇଥିବା କମ୍ପାନୀ ଜଣାଇଛି ।

ଅନଲାଇନରେ ୟୁଜର୍ସଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିବାକୁ ଆପ୍ ପକ୍ଷରୁ ଚେଷ୍ଟା ଚାଲିଛି । ଲୋକଙ୍କ ପ୍ରାଇଭେସୀ ଓ ସ୍ବାଧୀନତାକୁ ସୁରକ୍ଷା ଦେବା ପାଇଁ ଏହା ନୂଆ ସୁରକ୍ଷା ଫିଚର ଆଡ୍ କରିଛି । ଗାଲୋଇସ କାଉଣ୍ଟର ମୋଡ ନାମରେ ନୂଆ ଫିଚର ଆଣିଛି ଜୁମ୍ । ମେ 30 ସୁଦ୍ଧା ଏହାକୁ ଇନଷ୍ଟଲ କରାଯିବ ବୋଲି କମ୍ପାନୀ ଏକ ବ୍ଲଗ ପୋଷ୍ଟରେ କହିଛି । ସମସ୍ତ ଭିଡିଓ କଲରେ ଏବେ ଏହି ଫିଚର ବାଧ୍ୟତାମୂଳକ ରହିବ । ତେଣୁ ମେ 30 ପୂର୍ବରୁ ଆପ୍ ଅପଡେଟ୍ କରିବା ପାଇଁ ୟୁଜର୍ସଙ୍କୁ କମ୍ପାନୀ ଜଣାଇଛି ।

ଏହାଏକ ନୂଆ ଭର୍ସନରେ ଆସୁଛି । ଭର୍ସନ 5.0, ଯାହାକୁ ଅପଡେଟ୍ କରିବା ନିହାତି ଆବଶ୍ୟକ । ସମସ୍ତ ଆକାଉଣ୍ଟ ମେ 30ରେ ଏହି ଭର୍ସନରେ ସମ୍ପୃକ୍ତ ହେବେ । ଯିଏ ଅପଡେଟ୍ କରିନଥିବ ସେ ନିଜ ଆପ୍ ଭ୍ୟାଲିଡିଟି ହରାଇବାର ସମ୍ଭାବନା ରହିଛି ବୋଲି କମ୍ପାନୀ ସୂଚନା ଦେଇଛି । ଏଥିପାଇଁ ଏକ ନୂଆ ଗ୍ରୀନ ଏନକ୍ରିପସନ ସିଲଡ୍ ଆଇକନ ୟୁଜର୍ସଙ୍କୁ ଦେଖାଯିବ । ଜୁମ୍ ମିଟିଂ ୱିଣ୍ଡୋର ବାମ ପାଖ ଉପରେ ଏପ୍ରିଲ ମାସରେ ଆଡ୍ ହୋଇଥିବା ବଟନ ଏବେ ଗ୍ରୀନ କଲର ପାଲଟିବ । ଏଥିରେ ସୁରକ୍ଷାଜନିତ ସମସ୍ତ ତଥ୍ୟ ରହିଛି ।

ପ୍ରକାଶ ଥାଉ କି, ଲକଡାଉନରେ ଜୁମ୍ ଆପ୍ ଅଧିକ ଲୋକପ୍ରିୟ ହୋଇଛି । ଏହାକୁ ବହୁତ ଲୋକ ମିଟିଂ, ଅନଲାଇନ କାରବାର, ପାଠପଢା ପାଇଁ ବ୍ୟବହାର କରିଛନ୍ତି । ହେଲେ ପ୍ରାଇଭେସୀ ଓ ସିକ୍ୟୁରିଟି କାରଣରୁ ଏହା ନିକଟରେ ବିବାଦରେ ଫସିଥିଲା ।

ABOUT THE AUTHOR

...view details