ଓଡିଶା

odisha

ETV Bharat / bharat

'ଡେଲିଭରି ବଏ'ର ଧର୍ମକୁ ନେଇ ଅର୍ଡର କ୍ୟାନସଲ କଲେ ଗ୍ରାହକ, ଟ୍ବିଟରରେ ହେଲ ଟ୍ରୋଲ

ଜୋମାଟୋରୁ ଅର୍ଡର କରି କ୍ୟାନସଲ କରିବା ପଛର କାରଣ ଡେଲିଭରି ବଏର ଧର୍ମ । ଆର୍ଡର କ୍ୟାନସଲ କରିଥିବା ବ୍ୟକ୍ତିଙ୍କ ନାମ ଅମିତ୍‌ ଶୁକ୍ଲା । ଅର୍ଡର କ୍ୟାନସଲ ପରେ ଟ୍ବିଟରରେ ହେଲେ ଟ୍ରୋଲ ।

ଡିଜାଇନ ଫଟୋ

By

Published : Aug 1, 2019, 10:12 AM IST

Updated : Aug 3, 2019, 4:14 PM IST

ନୂଆଦିଲ୍ଲୀ: ହୁଏତ ଆପଣ ଅଲଲାଇନରୁ ଖାଦ୍ୟ ଅର୍ଡର କରି କ୍ୟାନସଲ କରିଥିବେ । ତେବେ ଅର୍ଡର କରି କ୍ୟାନସଲ କରି କାରଣ ଖରାପ ଖାଦ୍ୟ ହୋଇପାରେ କିମ୍ବା ଡେଲିଭରିର ବିଳମ୍ବ କାରଣ ହୋଇପାରେ । ଯଦି ଅର୍ଡର କରି କ୍ୟାନସଲ କରିବା ପଛର କାରଣ ଡେଲିଭରି ବୟର ଧର୍ମ ହୋଇଥାଏ । ତେବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ମାତ୍ର ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ । ଆଉ ଆର୍ଡର କ୍ୟାନସଲ କରିଥିବା ବ୍ୟକ୍ତିଙ୍କ ନାମ ଅମିତ୍‌ ଶୁକ୍ଲା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଅମିତ ବୁଧବାର ଅନଲାଇନ ସାଇଟ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । ମାତ୍ର ଖାଦ୍ୟ ଦେବାକୁ ଆସିଥିବା ଡେଲିଭରି ବୟ ଜଣେ ହିନ୍ଦୁ ହୋଇନଥିବାରୁ ସେ ଅର୍ଡର କ୍ୟାନସଲ କରିଦେଲେ । ପରେ ଏନେଇ ଟ୍ବିଟରରେ ପୋଷ୍ଟ କରିଥିଲେ । ମାତ୍ର ଏହା ତାଙ୍କୁ ମହଙ୍ଗା ପଡିଲା । ଟ୍ବିଟରେ ଟ୍ରୋଲ ହେଲେ ଅମିତ୍‌ । ଅମିତଙ୍କ ପୋଷ୍ଟର ପ୍ରତ୍ୟୁତ୍ତର ମଧ୍ୟ ଦେଲା ଜୋମାଟୋର ଅଫିସିଆଲ ଟ୍ବିଟର ଆକାଉଣ୍ଟ ଓ ଜୋମାଟୋର ପ୍ରତିଷ୍ଠାତା ଦୀପେନ୍ଦର ଗୋଏଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଅର୍ଡର କ୍ୟାନସଲ ପରେ ଅମିତ୍‌ ଟ୍ବିଟରରେ ଲେଖିଥିଲେ, " ମୁଁ ଏବେ ଜୋମାଟରୁ ଅର୍ଡର କରିଥିବା ଖାଦ୍ୟ କ୍ୟାନସଲ କରିଦେଲି । କାରଣ ସେମାନେ ଜଣେ ଅଣ ହିନ୍ଦୁ ବୟଙ୍କୁ ଖାଦ୍ୟ ଡେଲିଭରି ଦେବାକୁ ପଠାଇଥିଲେ । କମ୍ପାନୀ ପକ୍ଷରୁ କୁହାଗଲା ସେମାନେ ଡେଲିଭରି ବୟ ପରିବର୍ତ୍ତନ କରିବେ ନାହିଁ । ଏଥିସହିତ ଅର୍ଡର କ୍ୟାନସଲ କଲେ ଅର୍ଥ ଫେରାଇବେ ନାହିଁ । ତେବେ ମୁଁ କହିଲି ମୋର ଖାଦ୍ୟ ଦରକାର ନାହିଁ । ମୁଁ ଅର୍ଡର କ୍ୟାନସଲ କରୁଛି । "

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହାପରେ ଅମିତ କରିଥିବା ଟ୍ବିଟର ପୋଷ୍ଟର ପ୍ରତ୍ୟୁତ୍ତର ରଖିଥିଲା ଅଫିସିଆଲ ଟ୍ବିଟର ଆକାଉଣ୍ଟ । ଜୋମାଟୋ ଉତ୍ତର ରଖିଥିଲା, ଖାଦ୍ୟର କୌଣସି ଧର୍ମ ନଥାଏ । ଖାଦ୍ୟ ହିଁ ଗୋଟିଏ ଧର୍ମ । ଆଉ ଜୋମାଟୋର ଏଭଳି ଉତ୍ତର ପାଇଁ ଟ୍ବିଟରରେ ଟ୍ରୋଲ ହୋଇଛନ୍ତି ଅମିତ୍‌ । ଅନେକ ବ୍ୟକ୍ତି ଅମିତ୍‌ଙ୍କ ଏହା କାର୍ଯ୍ୟ ପାଇଁ ତାଙ୍କୁ ନିନ୍ଦା କରିଛନ୍ତି।

ତେବେ ଏହାରି ଭିତରେ ଜୋମାଟୋର ପ୍ରତିଷ୍ଠାତା ଦୀପେନ୍ଦର ଗୋଏଲ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ଭାରତକୁ ନେଇ ଆମେ ଗର୍ବିତ। ଗ୍ରାହକଙ୍କ ବିବିଧତାକୁ ଆମେ ସମ୍ମାନ ଦେଉ । ବ୍ୟାବସାୟରେ କ୍ଷତି ହେଲେ ବି ଆମର ଚିନ୍ତା ନାହିଁ । କିନ୍ତୁ ଆମ ଆଦର୍ଶ ବଜାୟ ରଖିବୁ।

Last Updated : Aug 3, 2019, 4:14 PM IST

ABOUT THE AUTHOR

...view details