ଓଡିଶା

odisha

ETV Bharat / bharat

ସିଆରପିଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ଜଣେ ଯୁବତୀ ସିଆରପିଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

By

Published : Jul 13, 2020, 3:14 PM IST

rape
ସିଆରପିଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଲକ୍ଷ୍ନୌ: ସିଆରପିଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ଜଣେ ଯୁବତୀ ସିଆରପିଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ଏମଏଚଓ ରବିନ୍ଦ୍ର ତିୱାରୀ କହିଛନ୍ତି, ଚିତ୍ରକୁଟ ଜିଲ୍ଲୀର 22 ବର୍ଷୀୟ ଯୁବତୀ ଅଭିଯୋଗ ଆଣିଛନ୍ତି ଯେ, ବର୍ଷେ ତଳେ ସେ ପଢିବା ପାଇଁ କସ୍ବେର କୈଳାଶ ନଗରରେ ଘର ଖୋଜିବା ପାଇଁ ଯାଇଥିଲେ । ସେଠାରେ ତାଙ୍କର ସିଆରପିଏଫ ଯବାନ ବୃଜେନ୍ଦ୍ର କୁଶବାହାଙ୍କ ସହ ଘନିଷ୍ଠ ବନ୍ଧୁତା ହୋଇଥିଲା । ଏହାପରେ ଯବାନ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ପରେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଯବାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details