ନୂଆଦିଲ୍ଲୀ: କୋରୋନା ଭୂତାଣୁକୁ ହରାଇବା ପାଇଁ ଦିନ ରାତି ଏକ କରିଛନ୍ତି ଡାକ୍ତର ଏବଂ ପୋଲିସ । ଅହରହ କରୁଛନ୍ତି ଜନତାଙ୍କ ସେବା । ସେପଟେ ହସ୍ପିଟାଲରେ ରୋଗୀ ସେବା କରୁଛନ୍ତି ଡାକ୍ତର । ଏପଟେ ରାସ୍ତାରେ ବୁଲି ବୁଲି ଜନତାଙ୍କୁ ସୁରକ୍ଷିତ ରହିବାର ବାର୍ତ୍ତା ଦେଉଛି ପୋଲିସ । ଏମାନେ ନିଜର ଚିନ୍ତା କଷ୍ଟ ଭୁଲି ଦେଶ ସେବାରେ ଲାଗି ରହିଛନ୍ତି ।
କର୍ତ୍ତବ୍ୟ ଆଗରେ ହାର ମାନିଛି କ୍ୟାନସର
କର୍ତ୍ତବ୍ୟ ଆଗରେ ହାର ମାନିଛି କ୍ୟାନସର । କର୍ତ୍ତବ୍ୟରେ ହେଳା କରିନାହାଁନ୍ତି କ୍ୟାନସର ପୀଡିତ । ଅଧିକ ପଢନ୍ତୁ...
କର୍ତ୍ତବ୍ୟ ଆଗରେ ହାର ମାନିଛି କ୍ୟାନସର
ଠିକ ସେହିଭଳି ନିଜର ରୋଗ ଭୁଲି 2009 ବ୍ୟାଚର ଜଣେ ଆଇପିଏଏସ ଅଫିସର କାର୍ଯ୍ୟ କରୁଛନ୍ତି । ତାଙ୍କ କର୍ତ୍ତବ୍ୟ ଆଗରେ ହାର ମାନିଛି କ୍ୟାନସର ଭଳି ରୋଗ । ଆଇପିଏସ ଅଫିସର ଆନନ୍ଦ ମିଶ୍ର କ୍ୟାନସରରେ ପୀଡିତ । କିନ୍ତୁ ଦେଶରେ ଏଭଳି ସ୍ଥିତିରେ ସେ ନିଜ ରୋଗ ଭୁଲି କାମ କରୁଛନ୍ତି ।
ଗଳାରେ କ୍ୟାନସର ହୋଇଥିବା ନେଇ ସେ ମାର୍ଚ୍ଚ 28 ତାରିଖରେ ଜାଣିଥିଲେ । ସଙ୍ଗେ ସଙ୍ଗେ ଅସ୍ତ୍ରୋପ୍ରଚାର କରିଥିଲେ । ଏହାପରେ ଟିକେ ସୁସ୍ଥ ହୋଇଛନ୍ତି କି ନାହିଁ ପୁଣି କର୍ମ କ୍ଷେତ୍ରରେ ଯୋଗ ଦେଇଛନ୍ତି ।