ପାଟନା: ବଦଳୁଛି ଦୁନିଆ ଆଉ ଉନ୍ନତ ମାନର ଟେକ୍ନୋଲୋଜିକୁ ଆପଣାଉଛନ୍ତି ଲୋକେ । ତେବେ ଲୋକଙ୍କ ସୁବିଧା ପାଇଁ ଅନେକ ସୁବିଧାର ବ୍ୟବସ୍ଥା କରୁଛନ୍ତି ସରକାର । ଲୋକଙ୍କ ସୁବିଧା ପାଇଁ ବର୍ତ୍ତମାନ ଏକ ନୂଆ ପଦକ୍ଷେପ ନେଇଛନ୍ତି ବିହାର ସରକାର।
'ଅନଲାଇନ ମୋକ୍ଷ'ରେ ପୂର୍ବ ପୁରୁଷଙ୍କୁ ଦିଆଯିବ ପିଣ୍ଡଦାନ
ବିହାର ସରକାରଙ୍କ ପର୍ଯ୍ୟଟନ ବିଭାଗର ନୂଆ ବ୍ୟବସ୍ଥା । ବିଦେଶରେ ଥିଲେ ମଧ୍ୟ ଅନଲାଇନ ମାଧ୍ୟମରେ ନିଜ ପୂର୍ବ ପୁରୁଷଙ୍କୁ ଦେଇପାରିବେ ପିଣ୍ଡ ।
ଯେ କେହି ନିଜର ପୂର୍ବ ପୁରୁଷଙ୍କୁ 'ଅନଲାଇନ ପିଣ୍ଡ ଦାନ' ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ବିହାର ସରକାରଙ୍କ ବିହାର ସରକାରଙ୍କ ପର୍ଯ୍ୟଟନ ବିଭାଗ । ଏହାଦ୍ବାରା ଘର ଠାରୁ ଦୂରରେ ରହିଥିବା କିମ୍ବା ବିଦେଶରେ ରହୁଥିବା ବନ୍ଧୁ ପରିଜନ ନିଜର ପିଣ୍ଡଦାନ କରିପାରିବେ । ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି ।
ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥାର ନାମ 'ଅନଲାଇନ ମୋକ୍ଷ' ନାଁ ରଖାଯାଇଛି। ଭିଡିଓ ମାଧ୍ୟମରେ ଏହି ପୂଜା କରାଯିବ । ପରେ ଏହି ଭିଡିଓର ସିଡି ମଧ୍ୟ ଉପଲବ୍ଧ ହେବ। କାରଣ ଏହା ପୂର୍ବରୁ ବିଭାଗକୁ ଅନେକ ଅଭିଯୋଗ ଆସୁଥିଲା ଯେ, ଟଙ୍କାର ଅଭାବରୁ ଦୂରଦୂରନ୍ତାରେ ରହୁଥିବା ପରିବାର ବର୍ଗ, ବନ୍ଧୁ ପରିଜନ ଘରକୁ ଆସି ଏହି ପିଣ୍ଡଦାନ କରିପାରୁନାହାଁନ୍ତି । ଯାହାକୁ ଆଖିଆଗରେ ରଖି ପର୍ଯ୍ୟଟନ ବିଭାଗ ଏ ବ୍ୟବସ୍ଥା ଆରମ୍ଭ କରିଛି ।