ଓଡିଶା

odisha

ଆଧାର ସମ୍ବନ୍ଧିତ ସମସ୍ୟାର ସମାଧାନ କରିବ UIDAI ଟ୍ବିଟର ସର୍ଭିସ

By

Published : Jul 20, 2020, 4:18 PM IST

ବର୍ତ୍ତମାନ UIDAI ର ଟ୍ବିଟର ଆକାଉଣ୍ଟ @UIDAI ଏବଂ @Aadhaar_Careରେ ଟ୍ୱିଟ କରି ଆଧାର ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇପାରିବେ । ଅଧିକ ପଢନ୍ତୁ...

ଆଧାର ସମ୍ବନ୍ଧିତ ସମସ୍ୟାର ସମାଧାନ କରିବ UIDAI ଟ୍ବିଟର ସର୍ଭିସ
ଆଧାର ସମ୍ବନ୍ଧିତ ସମସ୍ୟାର ସମାଧାନ କରିବ UIDAI ଟ୍ବିଟର ସର୍ଭିସ

ହାଇଦ୍ରାବାଦ: ଆଧାର ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ UIDAI ବର୍ତ୍ତମାନ ଏକ ଟ୍ୱିଟର ସେବା ଆରମ୍ଭ କରିଛି । ଏ ବାବଦରେ କୌଣସି ସୂଚନା ବର୍ତ୍ତମାନ ଏହାର ଟ୍ୱିଟର ସେବା ମାଧ୍ୟମରେ ମିଳିପାରିବ । UIDAIର ଟ୍ୱିଟର ଆକାଉଣ୍ଟ @UIDAI ଏବଂ @Aadhaar_Careରେ ଟ୍ୱିଟ କରି ଆଧାର ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇପାରିବେ । ଏହା ବ୍ୟତୀତ ଆଧାର କେନ୍ଦ୍ରର ଆଞ୍ଚଳିକ କାର୍ଯ୍ୟାଳୟର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ମଧ୍ୟ ଦିଆଯାଇଛି। ଏଠାରେ ମଧ୍ୟ ଆପଣ ଆପଣଙ୍କର ଅଭିଯୋଗ କିମ୍ବା ପ୍ରଶ୍ନ କରିପାରିବେ।

UIDAI ବର୍ତ୍ତମାନ ସମସ୍ତ ସୁବିଧା ଅନଲାଇନ ଦ୍ବାରା କରିଛି । ଆଧାର କାର୍ଡରେ ନାଁ ପରିବର୍ତ୍ତନ କରିବା ଠାରୁ ଆରମ୍ଭ କରି ଫୋନ କିମ୍ବା ଅନ୍ୟ କୌଣସି ପ୍ରକାରର ସୂଚନା ଅନଲାଇନରେ ମିଳିପାରିବ। କଷ୍ଟମର କେୟାର ନମ୍ବର 1947କୁ କଲ କରି ସମସ୍ତ ସୁବିଧା ମିଲିପାରିବ । ଏହା ବ୍ୟତୀତ help@uidai.gov.inକୁ ଏକ ଇମେଲ ପଠାଇ ସୂଚନା ମଧ୍ୟ ମିଳିପାରିବ ।

UIDAI ଜୁନ 1 ଠାରୁ ସାରା ଦେଶରେ ଆଧାର ଅପଡେଟ କରୁଛି । ଏହା ଅଧୀନରେ ଲୋକେସନ ଏବଂ ବାୟୋମେଟ୍ରିକ ଅପଡେଟ କରାଯାଉଛି । ଆଧାରର ନିର୍ଦ୍ଦେଶ ଅନୁଯାୟୀ, ଯେକୌଣସି ଅପଡେସନରେ ଯଦି ଫ୍ରାଞ୍ଚାଇଜ ଭୁଲ ଓ ଅଧିକ ଟଙ୍କା ଆଦାୟ କରନ୍ତି ତା’ହେଲେ ଏଥିରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଦେଶରେ ଆଧାର ଅପଡେଟ ପାଇଁ 17 ହଜାରରୁ ଅଧିକ କେନ୍ଦ୍ର ସ୍ଥାପନ କରାଯାଇଛି।

ଆଧାର ସେବା ଟ୍ବିଟ କରି କହିଛି ଯେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଆଧାର କେନ୍ଦ୍ର ଖୋଲାଯିବ। କୋରୋନା ଭାଇରସ ଏବଂ ଲକଡାଉନ ଯୋଗୁଁ ସାରା ଦେଶରେ ଆଧାର କାର୍ଡ ଅପଡେଟ କାମ ବନ୍ଦ ହୋଇଯାଇଥିଲା। ଏହି ସମୟରେ, UIDAI ଆଧାର ଫ୍ରାଞ୍ଚାଇଜ ଦେବା ଆରମ୍ଭ କରିଛି । ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ କେବଳ ଏକ ପରୀକ୍ଷା ଦେବାକୁ ପଡିବ।

ସେମାନଙ୍କୁ UIDAI ଦ୍ୱାରା ପରିଚାଳିତ ଏକ ଅନଲାଇନ ପରୀକ୍ଷା ଦେବାକୁ ପଡିବ । ଏହି ପରୀକ୍ଷା ନିକଟସ୍ଥ କେନ୍ଦ୍ରରେ ଦିଆଯାଇପାରେ । ଆଧାର ଫ୍ରାଞ୍ଚାଇଜ ପାଇବାକୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ । ଯଦି ତୁମେ ତୁମର ଫ୍ରାଞ୍ଚାଇଜିକୁ ଏକ ବୈଧତା କେନ୍ଦ୍ରରେ ପରିଣତ କରିବାକୁ ଚାହୁଁଛ, ତୁମେ ଏଥିପାଇଁ ପୃଥକ ଭାବରେ ପଞ୍ଜିକରଣ ମଧ୍ୟ କରିପାରିବ ।

ABOUT THE AUTHOR

...view details