ଓଡିଶା

odisha

ETV Bharat / bharat

ଦୁର୍ନୀତିଗ୍ରସ୍ତ ଖାକିବାବୁଙ୍କୁ ସାବାଡ କରିବେ ଯୋଗୀ

ଉତ୍ତର ପ୍ରଦେଶରେ ବୃଦ୍ଧି ପାଉଥିବା ଅପରାଧ ଉପରେ ରୋକ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମୀକ୍ଷା ବୈଠକ ।

By

Published : Jun 24, 2019, 6:02 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ କର୍ମୀମାନଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିନ୍ତି । ରବିବାର ଆଜମଗଡର ସମୀକ୍ଷା ବୈଠକରେ ଯୋଗଦେଇ ଯୋଗୀ କହିଛନ୍ତି ଯେ, ଅପରାଧୀମାନଙ୍କ ସହ ହାତ ମିଳାଉଥିବା ବେଇମାନ ପୋଲିସକର୍ମୀ ମାନଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ବାହାର କରାଯାଉ । କାରଣ ସେମାନେ ଖାକି ବର୍ଦି ନାଁରେ କଳଙ୍କ । ତେବେ ପୋଲିସ କର୍ମୀମାନେ ବିନା କୌଣସି ପ୍ରତିବନ୍ଧକ ଓ ବାଧାରେ ରାସ୍ତା ଉପରେ ଠିଆ ହେଉଥିବା ସତ୍ବେ କଣ ପାଇଁ ଅପରାଧ ବଢିଚାଲିଛି ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ସିଏମ ଆହୁରି କହିଛନ୍ତିଯେ, ଅପରାଧ ଘଟିବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କିନ୍ତୁ ମିଡିଆର ହସ୍ତକ୍ଷପ ପରେ କଣ ପାଇଁ କାର୍ଯାନୁଷ୍ଠାନ ନିଆଯାଉଥିବା ଦେଖାଯାଉଛି । ବୈଠକରେ ସମୀକ୍ଷା କରିବା ସମୟରେ ସିଏମ କହିଛନ୍ତି ଯେଉଁ ପୋଲିସକର୍ମୀ ମାନେ ଅପରାଧୀଙ୍କ ସହ ହାତ ମିଳାଇ ଖରାପ କାମ କରିବାରେ ସେମାନଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କାରଣ ବର୍ଦି ନାଁରେ କଳଙ୍କ ସାଜିଥିବା ପୋଲିସ କର୍ମୀଙ୍କର ବିଭାଗରେ କୌଣସି ସ୍ଥାନ ନାହିଁ ।

ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କୁ ଯେତେ ସମ୍ଭବ ସେତେ ଅଧିକ ସମ୍ବାଦ କରିବା ପାଇଁ କହିଛନ୍ତି । କାରଣ ଏହା ଦ୍ବାରା ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ । ଗଣତନ୍ତ୍ରରେ ସମସ୍ୟାର ସମାଧାନ କରିବା ପାଇଁ ସବୁଠୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ମିଡିଆ । ତେବେ ଲୁଟପାଟ ଓ ଅନ୍ୟ ଅପରାଧୀକ କାର୍ଯ୍ୟରେ ରୋକ ଲଗାଇବା ପାଇଁ ଅପରାଧୀଙ୍କ ପର୍ଦ୍ଦାଫାସ କରି ଅପରାଧକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି ।

ସେହିପରି ଜେଲ ଭିତରେ କଏଦୀ ମାନଙ୍କୁ ମିଳୁଥିବା ଆରାମ ଦାୟକ ଜୀବନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେଉଁ ଅପରାଧୀ ଜେଲକୁ ଆଡ୍ଡା କରି ରଖିଛି ସେମାନଙ୍କୁ ଚିହ୍ନଟ କରାଯାଉ ଆଉ ସେମାନଙ୍କ ବିରୁଦ୍ଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । କାରଣ ଆଇନ ବ୍ୟବସ୍ଥା ଯେତେ ସୃଦୃଢ ହେବ ସାଧାରଣ ଲୋକ ସେତେ ଶାନ୍ତିରେ ଜୀବନ ଯାପନ କରିବେ । ଏହା ଦ୍ବାରା ସମସ୍ତଙ୍କ ନିକଟକୁ ଏକ ସକରାତ୍ମକ ବାର୍ତ୍ତା ପହଞ୍ଚିବ । କାରଣ ଆଇନ ବ୍ୟବସ୍ଥା ବିକାଶର ମୁଳୁଦୁଆ ଅଟେ ଏହାକୁ ଯେତେ ମଜଭୁତ ରଖିବା ସେତିକି ବିକାଶ ଘଟିବ ଆଉ ଲୋକଙ୍କୁ ରୋଜଗାର ମିଳିବ ।

ABOUT THE AUTHOR

...view details