ଓଡିଶା

odisha

ETV Bharat / bharat

MSME ସେକ୍ଟରରେ 90 ଲକ୍ଷ ଲୋକଙ୍କୁ ରୋଜଗାର ଦେବେ ଯୋଗୀ ସରକାର

କୋରୋନା ସଙ୍କଟ ସମୟରେ ଦେଶରେ ଆର୍ଥିକ ସ୍ଥିତି ମଧ୍ୟ ସଙ୍କଟ ଘେରରେ ଯୋଗୀ ସରକାର ରାଜ୍ୟରେ ରୋଜଗାର କ୍ଷମତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏମଏସଏମଇ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ମାଧ୍ୟମରେ ରାଜ୍ୟରେ ପ୍ରାୟ 90 ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

Yogi govt to provide 90 lakh jobs in MSME sector
ଏମଏସଏମଇ ସେକ୍ଟରରେ 90 ଲକ୍ଷ ଲୋକଙ୍କୁ ରୋଜଗାର ଦେବେ ଯୋଗୀ ସରକାର

By

Published : May 10, 2020, 8:12 PM IST

ଲକ୍ଷ୍ନୌ: କୋରୋନା ସଙ୍କଟ ସମୟରେ ଦେଶରେ ଆର୍ଥିକ ସ୍ଥିତି ମଧ୍ୟ ସଙ୍କଟ ଘେରରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ଲଗାତାର ଭାବେ ବଡ ବଡ ନିଷ୍ପତ୍ତି ନେଉଛନ୍ତି । ସେ ଏହି ନିଷ୍ପତ୍ତି ମାଧ୍ୟମରେ ଯୁପିରେ ରୋଜଗାର କ୍ଷମତା ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ସୂଚନାନୁସାରେ, ଯୋଗୀ ସରକାର ରାଜ୍ୟରେ ଆର୍ଥିକ ଗତିବିଧିକୁ ଆରମ୍ଭ କରିବା ସହ ବିଦେଶୀ କମ୍ପାନୀ ଗୁଡିକ ଉପରେ ନଜର ରଖିଛନ୍ତି । ଯେଉଁ କମ୍ପାନୀ ଗୁଡିକ କୋରୋନା କାରଣରୁ ଚୀନ ଛାଡୁଛନ୍ତି କିମ୍ବା ଛାଡିସାରିଛନ୍ତି । ଏହି କ୍ରମରେ ରାଜ୍ୟରେ ପ୍ରଥମେ ଶ୍ରମ ଆଇନରେ ସୁଧାର ଆଣି ଏଥିରେ ପରିବର୍ତ୍ତନ କରିଥିଲେ । ଆଉ ଏବେ ସଂଖ୍ୟା ଲଘୁ ଉଦ୍ୟୋଗରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଯୋଗୀ ସରକାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ମାଧ୍ୟମରେ ରାଜ୍ୟରେ ପ୍ରାୟ 90 ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବେ । ପ୍ରତ୍ୟେକ ଏମଏସଏମଇରେ ଗୋଟିଏ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ 90 ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ୍ ରହିଛି । ନୂତନ ୟୁନିଟ୍ ପ୍ରତିଷ୍ଠା କରୁଥିବା ଲୋକଙ୍କ ପାଇଁ ସରକାର ସମସ୍ତ ପ୍ରକାରର ଏନଓସି ପାଇଁ ନିୟମକୁ ମଧ୍ୟ ସରଳ କରିବେ । ଯାହାଫଳରେ କୌଣସି ବ୍ୟବସାୟୀଙ୍କର ଅସୁବିଧା ହେବ ନାହିଁ । ଏଥିସହ ଏଥିରେ ସ୍ୱଚ୍ଛତା ପାଇଁ ଏହି ସମସ୍ତ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଉପଲବ୍ଧ ହେବ ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏମଏସଏମଇ କ୍ଷେତ୍ରକୁ ପୂର୍ବ ପରି ଛିଡା କରିବାକୁ ଲକ୍ଷ୍ୟ ରଖିଛନ୍ତି । କୋରୋନା ସଙ୍କଟ ଆମକୁ ଏହି ସୁଯୋଗ ଦେଇଛି । ଆମେ ଏହାକୁ ଏକ ଆହ୍ବାନ ଭାବରେ ଗ୍ରହଣ କରିବୁ ଏବଂ ରାଜ୍ୟକୁ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହବ୍ କରିବୁ । ଯଦ୍ବାରା ସ୍ଥାନୀୟ ସ୍ତରର ଲୋକଙ୍କୁ ସର୍ବନିମ୍ନ ପୁଞ୍ଜି, ସର୍ବନିମ୍ନ ବିପଦ ସହିତ ନିଯୁକ୍ତି ମିଳିବ । ଏଥିସହିତ ନୂତନ ୟୁପି ମଧ୍ୟ ନିର୍ମାଣ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସେକ୍ଟର ଅଧୀନରେ ୟୁନିଟ୍ ସ୍ଥାପନ କରୁଥିବା ଉଦ୍ୟୋଗୀମାନେ 1000 ଦିନର ଶେଷ 100 ଦିନରେ ଆବେଦନ କରିପାରିବେ ଏବଂ ଏନଓସି ପାଇପାରିବେ । ୟୁନିଟ୍ ପ୍ରତିଷ୍ଠା କରୁଥିବା ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ସହଜ ସର୍ତ୍ତରେ ବ୍ୟାଙ୍କମାନେ ଋଣ ଦେବେ । ଏଥିପାଇଁ ମେ 12 ରୁ ମେ 15 ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ବିଶାଳ ଋଣ ମେଳା ଆୟୋଜନ କରାଯିବ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ବୈଠକରେ ବ୍ୟାଙ୍କର୍ସଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details