ଓଡିଶା

odisha

By

Published : Nov 25, 2020, 7:58 AM IST

ETV Bharat / bharat

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ନାମିତ ହେବ ଅଯୋଧ୍ୟା ବିମାନ ବନ୍ଦର

ଯୋଗୀ କ୍ୟାବିନେଟଙ୍କ ବଡ ନିଷ୍ପତ୍ତି । ବର୍ତ୍ତମାନ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ବିମାନବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ନାମରେ ନାମିତ ହେବ । ଅଧିକ ପଢନ୍ତୁ...

ayodhya airport will be named maryada purushottam shriram airport
ଭଗବାନ ଶ୍ରୀରାମଙ୍କ ନାମରେ ହେବ ଅଯୋଧ୍ୟା ବିମାନ ବନ୍ଦର

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର । ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ବିମାନବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ନାମରେ ନାମିତ ହେବ । ଏହା ସହ ଏହି ବିମାନ ବନ୍ଦରକୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ମାନ୍ୟତା ଦିଆଯିବ । ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ମଙ୍ଗଳବାର ଅଯୋଧ୍ୟା ବିମାନ ବନ୍ଦରର ନାମକରଣ କରିବା ଓ ଏହାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଦେବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇବାକୁ ମଞ୍ଜୁରୀ ଦେଇଛି ।

ଏହା ସହିତ ଅଯୋଧ୍ୟା ବିମାନବନ୍ଦରର ନାମ ପରିବର୍ତ୍ତନକୁ ନେଇ ବିଧାନସଭାରେ ପାରିତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି । ଯୋଗୀ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ନଭେମ୍ଵର ୬ରେ ଅଯୋଧ୍ୟାରେ ବିମାନ ବନ୍ଦର ନିର୍ମାଣ ଘୋଷଣା କରିଥିଲେ । ଏହି ବିମାନ ବନ୍ଦରକୁ ଅନ୍ତରାଷ୍ଟ୍ରୀୟ ସ୍ତରୀୟ କରିବା ଲାଗି ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ଭାରତୀୟ ବିମାନ ଚଳାଚଳ ପ୍ରାଧିକରଣକୁ ୬୦୦ ଏକର ଜମି ଉପଲବ୍ଧ କରାଯିବ ।

ଗୋଟିଏ ପଟେ ଭଗବାନ ରାମଙ୍କ ଭବ୍ୟ ରାମମନ୍ଦିର ନିର୍ମାଣ ଜାରି ରହିବା ସହିତ ଅନ୍ୟପଟେ ଅଯୋଧ୍ୟାକୁ ମଧ୍ୟ ବିଶ୍ଵସ୍ତରୀୟ ଆଧୁନିକ ସୁବିଧାରେ ସୁସଜ୍ଜିତ କରାଯିବ । ଅଯୋଧ୍ୟାକୁ ରେଳ, ସଡକ ଓ ବାୟୁ ସବୁ ପ୍ରକାରର ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଯୋଡାଯିବ, ଯେପରି କେହି ବି ଅଯୋଧ୍ୟା ଆଗମନ କଲେ ତାଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ।

ABOUT THE AUTHOR

...view details