ଓଡିଶା

odisha

By

Published : Apr 4, 2020, 2:22 PM IST

ETV Bharat / bharat

66 କୋଟି ଖଦି ମାସ୍କ ପ୍ରସ୍ତୁତ କରିବେ ୟୁପି ସରକାର

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖଦି ନିର୍ମିତ 66 କୋଟି ଟ୍ରିପଲ ଲେୟାର ମାସ୍କ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Yogi Adityanath issued orders for the manufacture of 66 crore triple layer masks made of ‘khadi’
66 କୋଟି ଖଦି ମାସ୍କ ପ୍ରସ୍ତୁତ କରିବେ ୟୁପି ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖଦି ନିର୍ମିତ 66 କୋଟି ଟ୍ରିପଲ ଲେୟାର ବିଶିଷ୍ଟ ମାସ୍କ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାସ୍କଗୁଡ଼ିକ ଧୋଇବା ଯୋଗ୍ୟ ଏବଂ ପୁନଃ ବ୍ୟବହାର ଯୋଗ୍ୟ ହେବ | ଗରିବମାନଙ୍କୁ ଏହା ମାଗଣାରେ ପ୍ରଦାନ କରାଯିବା ସହ ଅନ୍ୟମାନଙ୍କ ପାଇଁ ଏହା ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଏନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତରପ୍ରଦେଶର ଆଗ୍ରାରେ ଆଜି 25 ନୂଆ ମାମଲା ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 223ରେ ପହଞ୍ଚିଛି । କୋରୋନା ପ୍ରଭାବକୁ ରୋକିବାକୁ ରାଜ୍ୟରେ ଆଦିତ୍ୟନାଥଙ୍କ ସରକାର ବିଶେଷ ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ସଂପୂର୍ଣ୍ଣ ଲକଡାଉନ କରାଯାଇଥିବା ଦେଖିବାକୁ ମିଳିଛି ।

@ANI

ABOUT THE AUTHOR

...view details